ଅଚାନକ ଭାବେ ଘଟୁଥିବା ଘଟଣାର ଚିକିତ୍ସା  ବ୍ୟବସ୍ଥା ସୁଲଭ ମୂଲ୍ୟରେ ଯୋଗାଇଦେଉଛି ମାଇ କ୍ୟୋର ହସ୍ପିଟାଲ୍

0

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଶାଳା

ରାୟଗଡରୁ ସରୋଜ ସାହୁ : ରାୟଗଡ ସ୍ଥିତ ସାଇ ଇଣ୍ଟରର୍ନ୍ୟାସନାଲ ହୋଟେଲରେ ବିଶାଖାପାଟଣମ୍ ର ମାଇ କ୍ୟୋର ହସ୍ପିଟାଲ୍ ତରଫରୁ ନ୍ୟୁରୋ  ସର୍ଜନ ଉପରେ ଏକ ପ୍ରଶିକ୍ଷଣ ସିବିର ଅନୁଷ୍ଠିତ  ହୋଇଯାଇଛି । ମାଇ କ୍ୟୋର ହସ୍ପିଟାଲ୍ ର ଡାକ୍ତର ଟି. ସୁରେଶ ଅଚାନକ ଭାବେ ଘଟୁଥିବା ଘଟଣାର ଚିକିତ୍ସା  ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ, ଯାହା ୧୦ ବର୍ଷ ପୂର୍ବେ ଏହା ଏକ ବିରାଟ ସମସ୍ୟା ପରିଲିକ୍ଷିତ ମାଇଁ କ୍ୟୋର ହସ୍ପିଟାଲ ପକ୍ଷରୁ ସୁଲଭ ମୂଲ୍ୟରେ ଉକ୍ତୃଷ୍ଟ ମାନର ସେବା  ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ । ଏହି ଅବସରରେ ହସ୍ପିଟାଲର ସହକାରୀ ମ୍ୟାନେଜର ଜି. ଶ୍ରୀନିବାସ ଆର୍ଥିକ ଅସୁବିଧାରେ ରହୁଥିବା ଶ୍ରେଣୀର ଲୋକଙ୍କ ନିମନ୍ତେ ଅର୍ଥନୈତିକ ସୁବିଧା ଯୋଗାଇ ଦେବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ରୁ ସରକାରୀ ଓ ବେସରକାରୀ ସ୍ତରରୁ ପ୍ରାୟ ୫୦ ଜଣ ଡାକ୍ତର ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ପଣ୍ଡା ଓ ହରି ପରିଚାଳନା କରିଥିଲେ ।  

 

Leave A Reply

Your email address will not be published.