ପାର୍ସଲ ବୋମା ବିସ୍ପୋରଣ ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଉ On Feb 27, 2018 20 Share ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେ.ଭି ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣାର ତଦନ୍ତ ସିବିଆଇ କିମ୍ବା ଏନଆଇଏକୁ ହସ୍ତାନ୍ତର କରିବାକୁ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହ ଦେଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଫେବୃଆରୀ ୨୩ ତାରିଖ ଦିନ ବଲାଙ୍ଗିର ପାଟଣାଗଡରେ ଏକ ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟରଂଜନ ସାହୁ ଏବଂ ତାଙ୍କ ବୁଢୀ ମା’ ଜେନାମଣୀ ସାହୁଙ୍କ ମୃତୁ୍ୟ ହୋଇଛି । ଅନ୍ୟପଟେ ସୌମ୍ୟରଂଜନଙ୍କ ପତ୍ନୀ ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ବୋମା ବିସ୍ଫୋରଣରେ ଘରର କାନ୍ଥ ବି ଫାଟିଯାଇଛି । ରାଜ୍ୟରେ ଏଭଳି ଘଟଣା କେବେ ବି ଆଗରୁ ଘଟିନଥିଲେ ମଧ୍ୟ କିଏ ଏବଂ କାହିଁକି ଏପରି ଷଡଯନ୍ତ୍ର ରଚନା କରିଛି ତାହା ଏବେ ରହସ୍ୟ ଘେରରେ ରହିଛି । ଏହି ଘଟଣାରେ କେବଳ ପାଟଣାଗଡବାସୀ ନୁହଁନ୍ତି ବରଂ ସମଗ୍ର ରାଜ୍ୟବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ଘଟଣାକୁ ତିନି ଦିନ ବିତିଥିଲେ ମଧ୍ୟ ପୋଲିସ ଅପରାଧୀର ସୁରାକ ପାଇନି ଶ୍ରୀ ସିଂହ ଦେଓ କହିଛନ୍ତି । ଶ୍ରୀ ସିଂହ ଦେଓ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ଥିବାରୁ ସେ ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ସୃଷ୍ଟି କରିବା ଦରକାର । ଏଥି ସହ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବାସିନ୍ଦା ମାନେ ସିବିଆଇ କିମ୍ବା ଏନଆଇଏ ଦ୍ୱାରା ଘଟଣାର ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି । 20 Share FacebookTwitterGoogle+ReddItWhatsAppPinterestEmail