ବାରିପଦା/ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ୨୨୦ ଜାତୀୟ ରାଜପଥର ମାଙ୍କିଡିଘାଟି ନିକଟରେ ଏକ ଟାଟା ମ୍ୟାଜିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ଗାଡ଼ିର ଡ଼୍ରାଇଭର ସମେତ ନଅ ଜଣ ଆହତ ହୋଇଛନ୍ତି। ଏହି ଆହତ ମାନେ ଜାମଦା ଅଞ୍ଚଳ ରଏକ ମେଲୋଡ଼ି ପାର୍ଟି ର କଳାକାର। ଗତକାଲି ରାତିରେ ଟାଟା ରେ ଏକ ମେଲୋଡ଼ି କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ଭୋର ୪ଟା ବେଳେ ଗଛରେ ବାଡ଼େଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ପ୍ରାୟତଃ ଡ୍ରାଇଭର କୁ ନିଦ ଲାଗିଯାଇଥିବା ବୋଲି ଅନୁମାନ କରାଯାଉଛି। ଏହି ଆହତ ମାନଙ୍କ ମଧ୍ୟରେ ତିନି ଜଣ ମହିଳା କଳାକାର ଅନ୍ତର୍ଭୁକ୍ତ। ତିରିଙ୍ଗ ପୋଲିସ ଘଟଣାର ତଦନ୍ତ କରୁଛି।
Sign in
Sign in
Recover your password.
A password will be e-mailed to you.