ପୁଣି ବାଉଳି ହେଲେଣି ମନଗଢା କାହାଣୀର ଓସ୍ତାଦ ଶ୍ରୀକାନ୍ତ: ବିଜୟ On Feb 27, 2018 21 Share ଭୁବନେଶ୍ୱର: ବିଜେପୁର ଉପ-ନିର୍ବାଚନରେ ବେଦାନ୍ତ ଟଙ୍କା ଲାଗିଥିବା ନେଇ ଯେଉଁ ଅଭିଯୋଗ କଂଗ୍ରେସ ପକ୍ଷରୁ କରାଯାଇଛି, ତାହା ସଂପୂର୍ଣ୍ଣ ମିଥ୍ୟା, ଉଦେ୍ଧଶ୍ୟ ପ୍ରଣୋଦିତ ଓ ଅମୂଳକ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି ବାଉଳି ହେଲେଣି । ସେ ଏପରି ମନଗଢ଼ା କାହାଣୀ କେଉଁଠୁ ପାଇଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ରହିଛି ଓ ଏମ୍ଓୟୁରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି, ଯାହା ବୋଧହୁଏ କଂଗ୍ରେସର ଏହି ନେତା ଜାଣନ୍ତି ନାହିଁ କିମ୍ବା ଜାଣି ନଜାଣିବା ଅଭିନୟ କରୁଛନ୍ତି । ବେଦାନ୍ତକୁ ଖଣି ଦେଲେ ରାଜ୍ୟ ଟନ୍ ପିଛା ବାର୍ଷିକ ହଜାରେ କୋଟି ଟଙ୍କା କ୍ଷତି କରିବ ବୋଲି ଶ୍ରୀ ଜେନା କିପରି ଜାଣିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ଦାୟିତ୍ୱ ନେବାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି । ସେ କେବଳ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ହୋଇଥିବାରୁ ଲଗାତାର କ୍ଷମତାକୁ ଆସୁଛନ୍ତି ଏବଂ ଏବେ ରାଜ୍ୟର ୧ନମ୍ବର ଲୋକପ୍ରିୟ ନେତା । ତେଣୁ ବେଦାନ୍ତକୁ ଜୋରଜବରଦସ୍ତି ସ୍ୱଚ୍ଛ ଭାବମୂର୍ତ୍ତି ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ିବାର ଅପପ୍ରୟାସରୁ କଂଗ୍ରେସ ବିରତ ରହୁ ବୋଲି ଶ୍ରୀ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି । 21 Share FacebookTwitterGoogle+ReddItWhatsAppPinterestEmail