ପଦ୍ମପୁରରେ ମା ଶ୍ୟାମା କାଳୀ ପୁଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0 2

ପଦ୍ମପୁର/ଶାସକପ୍ରଶାସକ- ସ୍ଥାନୀୟ ହନୁମାନ ପଡା କାଳୀ ମଣ୍ଡପଠାରେ ଆସନ୍ତା 27 ରୁ 30 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଁ ଶ୍ୟାମା କାଳୀଙ୍କ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାର୍ବଜନୀନ କାଳୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷର ଆୟବ୍ୟୟ ପଠନ କରା ଯିବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା । ନୂତନ କମିଟିରେ ଅଜିତ କୁମାର ଶତପଥୀ ସଭାପତି, ଧରମ ପାଢ଼ୀ ଓ ମୁନା ଭୋଇ ଉପସଭାପତି, ପ୍ରିତେଶ ବହିଦାର ସମ୍ପାଦକ, ସୁବାଷ ପାତ୍ର ସହସମ୍ପଦକ, ଶ୍ୟାମଳ ଦାସ କୋଷାଧ୍ୟକ୍ଷ ଏବଂ ସରୋଜ ମିଶ୍ରଙ୍କୁ ସହକୋସାଧ୍ୟକ ଭାବରେ ମନୋନୀତ କରା ଯାଇଥିଲା । ଏହା ସହ ଏକ ଉପଦେଷ୍ଟା କମିଟି ଓ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଚଳିତ ବର୍ଷ ପୂଜା ଅବସରରେ ଦୁଇ ଦିନ ଧରି ମହିଷାସୁର ବଧ ସହ ବୋଡାସମ୍ବର ଉତ୍ସବ ମହାସମାରୋହରେ ପାଳିତ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା ଏବଂ ଏହି ଅବସରରେ ପ୍ରତି ବର୍ଷ ଭଳି ଅଂଚଳରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ନାମ କରିଥିବା ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବୋଡାସମ୍ବର ସମ୍ମାନରେ ସମ୍ମାନିତ କରିବା ପାଇଁ  ପ୍ରସ୍ତାବ ନିଆ ଯାଇଥିଲା । ଶେଷରେ ମୁନା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.