ବରଗଡ଼ :- ବର୍ତ୍ତମାନ କିଛି ସମୟ ପୂର୍ବରୁ ବିଜେପୁର ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ରୀତା ସାହୁ । ରୀତା ସାହୁ ଦଲୀୟ କର୍ମୀ ମାନଙ୍କର ସହିତ ଏକ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳ ଙ୍କର କାର୍ଯଳୟ କୁ ପହଂଛିବା ପରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କର ନିକଟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ବିଜୟ ରଞ୍ଜନ ସିଂ ବାରିହା, ପୁର୍ବତନ ବିଧାୟିକା ଡ଼ା, ରାସେଶ୍ୱର ପାଣିଗ୍ରାହୀ , ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ମାନ୍ୟବର ମନ୍ତ୍ରୀ ଶ୍ରୀ ନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।