ନୟାଗଡ ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ : ପ୍ରଥମ ସଭ୍ୟ ହେଲେ ଡ଼ ଅରୁଣ ସାହୁ 

0 2

ନୟାଗଡ(ବିଶ୍ୱଜିତ ନାୟକ) – ନୟାଗଡ଼ ପୌର ପରିଷଦ  ଅଧୀନରେ ବିଜେଡି ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ କାଯ୍ୟକ୍ରମ ଆରମ୍ଭ କରାଯାଇଛି | ନୟାଗଡ ଖେଳପଡିଆ ଠାରେ ଆନୁଷ୍ଠାନିକ  ଭାବେ ନୟାଗଡ ବିଧାୟକ ତଥା କୃଷି କୃଷକ  କଲ୍ୟାଣ, ମତ୍ସ୍ୟ-ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |  ପ୍ରଥମ ସଭ୍ୟ ଭାବରେ ନିଜେ ସଭ୍ୟପଦ ଫର୍ମରେ ଦସ୍ତଖତ କରିଥିଲେ।ଏଥିରେ ନୟାଗଡ ପୋୖର ପରିଷଦର ଅନେକ କର୍ମୀ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭ୍ୟପଦ ଗ୍ରହଣ କରିଥିଲେ।ସାରା ରାଜ୍ୟରେ କିପରି ନୟାଗଡ଼ ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରଥମ ହେବ ତା ଉପରେ କର୍ମୀମାନଙ୍କ ସହ ଡ଼ ସାହୁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ସଭାପତି ରମେଶ ସାହୁ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା,  ବରିଷ୍ଠ ନେତା ଶ୍ରୀକାନ୍ତ ପଟ୍ଟନାୟକ,ଶ୍ରବଣ ରାମ, ଜାନକୀ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.