ପାଇଖାନା ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ 

0 2

ଜଗତସିଂହପୁର:(ରମେଶ ମହାନ୍ତି):- ପାଇଖାନା ଟାଙ୍କି ଭିତରେ ପଶି ସେଣ୍ଟ୍ରିଙ୍ଗ ଖୋଲୁଥିବା ସମୟରେ ଆଜି ୨ଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଜଗତସିଂହପୁର ମୁନିସିପାଲିଟି ଅଧିନସ୍ଥ ସୁଜଙ୍ଗ ଗ୍ରାମର ବଳରାମ ପତିଙ୍କର ପାଇଖାନା ଟାଙ୍କିର ଛାତ ଦୁଇ ମାସ ତଳେ ପଡିଥିଲା ।ରବିବାର ଦିନ (ଆଜି)ଘର ମାଲିକ ଉକ୍ତ ପାଇଖାନା ଟାଙ୍କିର ସେଟ୍ରିଙ୍ଗ ଖୋଲିବା ପାଇଁ ଦୁଇ ଶ୍ରମିକ ମଣ୍ଡାସାହିର ପ୍ରକାଶ ବାରିକ(୩୫) ଓ ମରିଚାପଦାର ରାଜୁ ଭୋଇ(୨୮)ଙ୍କୁ ଡାକିଥିଲେ ।ପାଖାପାଖି ଦିନ ୧୨ ଟା ବେଳେ ଉକ୍ତ ଶ୍ରମିକ ଦୁହେଁ ପାଇଖାନା ଟାଙ୍କି ଭିତରେ ପଶି ସେଟ୍ରିଙ୍ଗ ଖୋଲୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ ।ଉକ୍ତ ଶ୍ରମିକ ଟାଙ୍କି ଭିତରୁ ବାହାରିବା ପ୍ରାୟ ଏକ ଘଣ୍ଟା ବିଳମ୍ବ ହେବାରୁ ନିକଟରେ କାମ କରୁଥିବା ଅନ୍ୟ ଶ୍ରମିକ ଘର ଵାଲାକୁ ଡାକି ସେଠାରେ ପହଞ୍ଚି ଦେଖିଲେ କୌଣସି ଶବ୍ଦ ଶୁଭୁନାହିଁ ।ଏନେଇ ଅନ୍ୟ ଏକ ଲୋକକୁ ଟାଙ୍କି ଭିତରକୁ ପଠାଇ ଥିଲେ ହେଲେ ସେମଧ୍ୟ ଅଣନିଶ୍ୱାସୀ ହୋଇଯିବାରୁ ତାକୁ ବହୁ କଷ୍ଟରେ ପଦାକୁ ଆଣିଥିଲେ ।ସେ ଏବେ ସୁସ୍ଥ ଅଛନ୍ତି ।ତେବେ ସେ ଦୁଇଜଣଙ୍କୁ  ବହୁ କଷ୍ଟରେ ପଦାକୁ ବାହାର କରି ଯଥାଶୀଘ୍ର ଜଗତସିଂହପୁର ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକଙ୍କ ପରିବାର ପକ୍ଷରୁ ଚିକିତ୍ସାଳୟରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ମୃତ ରାଜୁର ବଡ଼ଭାଇ ପ୍ରଶାନ୍ତ ଭୋଇ ଦାବି କରିଛନ୍ତି ।

Leave A Reply

Your email address will not be published.