ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ବ୍ୟାପକ ପ୍ରସ୍ତୁତି

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆକର୍ଷଣୀୟ ହେବ ଦୁର୍ଗାପୂଜା ତୋରଣ । 50 ବର୍ଷ ହେଲା ରିତିନୀତି ରେ ଚାଲିଛି ପୂଜା । ଚଳିତ ବର୍ଷ  ସୁବର୍ଣ୍ଣ ଜୟନ୍ତୀ ପାଳନ କରା ଯାଉଚି । ମହିଷା ସଂହାର ପାଇଁ ଦୁର୍ଗତିନାଶିନୀ ଆସିବେ। ପାପର ସଂହାର କରିବେ। ନବରାତ୍ରୀରେ ମା” ଦେବେ ଅଭୟ ବର। ପାପ – ଦୁଃଖ ଶୋକ ହରଣ କରିବେ ସାଜି ମୋକ୍ଷ ପ୍ରଦାୟିନୀ।

ଶାରଦୀୟ ଦୁର୍ଗାପୂଜାରେ ଜୁନାଗଡ ସହରର ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ କମିଟି ପକ୍ଷରୁ ଜୋରସୋର ତୋରଣ ପ୍ରସ୍ତୁତି ଆରମ୍ଭ ହେଲାଣି। ସଜେଇ ହେବାକୁ ବ୍ୟାକୁଳ ହେଲାଣି ଜୁନାଗଡ ସହର ।ଏହି ତୋରଣ କୁ ତିଆରି କରିବା ପାଇଁ ସୁଦୂର କୋଲକାତା ରୁ କାରୀ ଗର ଆସି ଛନ୍ତି. ସାର୍ବଜନୀନ ଦୁର୍ଗା ପୂଜା 50 ବର୍ଷରେ ପଦାର୍ପଣ କରିଛି।  ମେଢ଼ ରେ ଜାମ୍ମୁ ସ୍ଥିତ ବସ୍ନୋ ଦେବୀ ମନ୍ଦିର ସଦୃଶ  ତୋରଣ ତିଆରି ହୋଇ ଛି । ।  ଦେବୀଙ୍କ ମୂର୍ତ୍ତି ତିଆରି ହେବାକୁ ଥିବା ବେଳେ ଚଳିତ ବର୍ଷ ପୂଜା ପୂଜା କମିଟି ପକ୍ଷରୁ ଆଲୋକ ସଜ୍ଜାକୁ ମଧ୍ୟ ପ୍ରାଧାନ୍ୟ ଦିଆଇଛି। ଏହି ପୂଜା କମିଟି ପକ୍ଷରୁ ଦେବୀଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତକଂ ସୁରକ୍ଷା ଲାଗି ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କମିଟିର ମୁଖ୍ୟ ଉପଦେଷ୍ଟା ଦୂର୍ଗା ପ୍ରସାଦ ନାଇକ ସୂଚନା ସୂଚନା ଦେଇଛନ୍ତି। ସେହିପରି ନ ଦିନ ବ୍ୟାପୀ ପୂଜା ସମୟରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯିବାର ବ୍ୟବସ୍ଥା କରାଯାଉଥିବା ବେଳେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ର ବ୍ୟବସ୍ତା ଥିବା ସଭାପତି ପ୍ରକାଶ କରିଛନ୍ତି । ମୂର୍ତ୍ତି କାରିଗର କମଳ କୁମାର ମା” ଦୁର୍ଗାଙ୍କର ମୂଣୟଂ ମୂର୍ତ୍ତି ତିଆରି କରିବାରେ ଲାଗି ପଡ଼ିଛନ୍ତି ।

Leave A Reply

Your email address will not be published.