ଜି ଉଦୟଗିରି (ଗଗନ ପ୍ରଧାନ) ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯାଉଥିବା ବେଳେ କେୟାର ଇଣ୍ଡିଆ ସଂସ୍ଥା ତରଫରୁ ଘୁ ଉଦୟଗିରି ଏବଂ ଟିକାବାଲି ବ୍ଲକ ରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସର ରେ ଗୋଷ୍ଠୀ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଉଭୟ ଘୁ ଉଦୟଗିରି ଏବଂ ଟିକାବାଲି ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନୀ ପାଇଁ ଆଣିଥିଲେ। ଏତଦ ବ୍ୟତିତ ଏହି ମାସରେ ମହିଳା ମାନେ ପ୍ରତି ଗାଁ ରେ ପୋଷଣ ଅଭିଯାନରେ ଯୋଗ ଦେଇ ଗ୍ରାମ ଏବଂ ପରିବାର ରେ ପୋଷଣ ର ବର୍ତା ପହଞ୍ଚେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଟିକାବାଲି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ॰ ଫକିର ଚରଣ ପରିଡ଼ା, ପ୍ରାଣୀ ଚିକିତ୍ସା ଅଧିକାରୀ ଡ॰ ସୁଶାନ୍ତ ନାୟକ ସମନ୍ଵିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ॰ ପନାମଣି ହାଁସଦା, ସୁପରଭାଇଜାର ଶ୍ରୀମତୀ॰ ନିବେଦିତା ପ୍ରଧାନ ,ଆୟୁଷ ଡାକ୍ତର ମଧୁସ୍ମିତା ଯୋଗଦେଇ ମହିଳା ମାନଙ୍କୁ ପୋଷଣ ର ଅବଶ୍ୟକତା ବିଷୟରେ ସଚେତନ କରାଇଥିବ। ବେଳେ ଘୁ॰ ଉଦୟଗିରୀ ରେ ଭରପ୍ରାପ୍ତ ଗୋଷ୍ଠୀ ଚିକିସ୍ଛା ଅଧିକାରୀ ଡ॰ ଶକ୍ତିକାନ୍ତ ମଲ୍ଲିକ॰ ଗୋଷ୍ଠୀ ପ୍ରଣିଚିକିସ୍ଛା ଅଧିକାରୀ ଡ॰ ଶ୍ରୀପତି ସେଠୀ, ସୁପରଭାଇଜାର ଶ୍ରୀମତୀ॰ କଲ୍ପନା ନାୟକ ସୁଷମ ଖାଦ୍ୟ ର ଗୁରୁତ୍ଵ ଏବଂ ପୋଷଣ ର ପଞ୍ଚ ସୂତ୍ର ବିଷୟରେ ବୁଝେଇଥିଲେ। କାର୍ଯ୍ୟକ୍ରମର ଶେଷ ଭାଗରେ ମହିଳା ମାନେ ଦେଶକୁ, କୁପୋଷଣ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ । କେୟାର ଇଣ୍ଡିଆ କର୍ମୀ ଗୀତିମୟୀ ପଟ୍ଟନାୟକ ଏବଂ ପ୍ରୀତି ପ୍ରଜ୍ଞା କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ, ସି॰ଆର॰ପି॰ ମାନେ ସମସ୍ତ ପରିଚାଳନାରେ ସହଯୋଗ କରିଥିଲେ॰
Sign in
Sign in
Recover your password.
A password will be e-mailed to you.
Prev Post