ମାମୁଁ ଘରୁ ଜଗନ୍ନାଥ ଙ୍କ ପାଇଁ ଯିବ ପୋଢୁଆଁ ଭାର

0 1

ଜଗତସିଂହପୁର:(ରମେଶ ମହାନ୍ତି):- ମାର୍ଗଶିର ମାସ ଅଷ୍ଟମୀ ତିଥିରେ ମାମୁ ଘର ମାଧବାନନ୍ଦ ଜୀଉ ଙ୍କ ପାଖରୁ ଜଗନ୍ନାଥ ଙ୍କ ନିକଟକୁ ଯିବ ପୋଢୁଆ ଭାର, ଯେଉଁଥିରେ ମହାପ୍ରଭୁ ପୋଢୁଆ ହେବେ ,।ଦୀର୍ଘ ବର୍ଷ ପରେ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଆରମ୍ଭ କରାଯାଇଛି ।ଏହାକୁ ନେଇ ମାଧବାନନ୍ଦ ଜୀଉ ଦେବୋତ୍ତର କାର୍ଯ୍ୟାଳୟ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଲୋଚନ ପୁଷ୍ପାଳକ ଶ୍ରୀମନ୍ଦିର ପ୍ରଶାସନ କୁ ଚିଠିଲେଖି ଅନୁମତି ମାଗିଛନ୍ତି ।ଏବଂ  ସଂସ୍କୃତିର  ଆଦ୍ୟ କାଳରୁ ମାଧବ ମନ୍ଦିର ପକ୍ଷରୁ ପୋଢୁଆ ଭାର ଯାଉଥିଲା ।କାଳ କ୍ରମେ ବିଦେଶୀ ମାନଙ୍କର ଶ୍ରୀମନ୍ଦିର ଆକ୍ରମଣ  ନେଇ ଏହି ପ୍ରଥା ବନ୍ଦ ହୋଇଯାଇଥିଲା ।ଚଳିତ ବର୍ଷ ଠାରୁ ଏହି ପ୍ରଥାର ପୁନରୁଦ୍ଧାର କରିବାକୁ ଜଗତସିଂହପୁର ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।ଏହାକୁ ଅଗଣିତ ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଛନ୍ତି  । ନିଆଳି ମାଧବ ମନ୍ଦିରରୁ ଯାଉଥିବା ପୋଢୁଆ ଭାର ଶ୍ରୀଜୀଉଙ୍କ ଅଂଗଲାଗି କରାଯିବା ପାଇଁ, ମନ୍ଦିର ପ୍ରଶାସନ କୁ ସୁପାରିଶ କରିବାପାଇଁ ମୁଖ୍ୟ ଶାସନ ସଚିବ ଓଡିଶା ସରକାରଙ୍କୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ୨୭-୯-୨୦୧୯ ଦିନ ନିବେଦନ କରାଯିବା ସହ ଏହି ପତ୍ରର ନକଲ ସଚିବ ଆଇନ ବିଭାଗ,ଏବଂ ସଂସ୍କୃତି ବିଭାଗ ସଚିବଙ୍କ ନିକଟକୁ ପଠାଯାଇଛି । ଅଭିଯାନ ପକ୍ଷରୁ ସଂଯୋଜକ ସରୋଜ ନାୟକ,ସାମ୍ବାଦିକ ଅରୁଣ କୁମାର ଆଚାର୍ଯ୍ୟ, ଅଜୟ କୁମାର ଜେନା,ମହେଶ୍ଵର ତ୍ରିପାଠୀ, ଆଶୁତୋଷ ବେହେରା,ଜ୍ୟୋତିରଞନ ପରିଡା,ବେଣୁଧର ନାୟକ,ଆର୍ତ୍ତତ୍ରାଣ ପତି, ପ୍ରଦୀପ୍ତ ଚୌଧୁରୀ,ମାନସ କାନୁନଗୋ ପ୍ରମୁଖ ନିବେଦନ କରିଛନ୍ତି ।

Leave A Reply

Your email address will not be published.