ତ୍ୱରିତ ବିଦ୍ୟୁତ ସେବା ଯୋଗାଇଦେବାଜୁ ଦାୟିତ୍ୱବାନ ଭାବେ ପଦକ୍ଷେପ ନିଅ : ଶକ୍ତି ମନ୍ତ୍ରୀ

0 1

ଆଠଗଡ଼ ବିଧାନସଭା ଅଞ୍ଚଳରେ ବିଦ୍ୟୁତ ସେବା ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର: ବିଦ୍ୟୁତ  ଆଜି ଜନଜୀବନର ଅଙ୍ଗ ପାଲଟି ଯାଇଛିା ଯେତେ ଶୀଘ୍ର ଲୋକଙ୍କ ପାଖରେ ବିଦ୍ୟୁତ ସେବା ପହଂଚିପାରିବ ସେ ଦିଗରେ ଯତ୍ନ ଓ ଦାୟିତ୍ୱର ସହ  ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି  ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର | ଆଠଗଡ଼ ବିଧାନସଭା ଅଞ୍ଚଳର ବିଦ୍ୟୁତ  ସେବା ସଂପର୍କିତ ସମୀକ୍ଷା ବୈଠକ ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନେବା ଅବସରରେ ମନ୍ତ୍ରୀ ଏ ନିର୍ଦେଶ ଦେଇଥିଲେ | 

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ନିର୍ବାଚନ ମଣ୍ଡଳୀ ଆଠଗଡ଼ର ବିଦ୍ୟୁତ  ସଂଯୋଗର କାର୍ଯ୍ୟକାରିତା ଠିକ୍ ହେଉନଥିବା ଯୋଗୁଁ ଉଦ୍ବେଗ ପ୍ରକାଶ କରିଥିଲୋ ବିଦ୍ୟୁତ  ଯୋଗାଣ କ୍ଷେତ୍ରରେ ଦୀର୍ଘଦିନ ହେଲା ସମୀକ୍ଷା ହୋଇନଥିଲାା ନିୟମିତ ସମୀକ୍ଷା ହେବା ଫଳରେ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ ଏବଂ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ  ସେବା ଯୋଗାଇବାରେ ବ୍ୟାଘାତ ହେବ ନାହିାଁ

ରାଜୀବ ଗାନ୍ଧୀ ଗ୍ରାମୀଣ ବିଦୁ୍ୟତ ଯୋଜନା-୨ରେ ଗ୍ରାମାଞ୍ଚଳ ଗୃହଗୁଡ଼ିକୁ ବିଦ୍ୟୁତ  ସଂଯୋଗ ବ୍ୟବସ୍ଥା ହୋଇନଥିବା ଏବଂ ଟ୍ରାନ୍ସଫରମର ବସା ଯାଇନଥିବା ଗ୍ରାମାଞ୍ଚଳର ଜନସାାରଣ ଅଭିଯୋଗ କରୁଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲୋ ଏଥିସକାଶେ ଗ୍ରାମପଞ୍ଚାୟତ ସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଭାରତୀୟ ପାଓ୍ୱାର ଗ୍ରୀଡ଼୍ କର୍ପୋରେସନ୍ ଲିମିଟେଡ୍ ସେସୁର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆପୋଷ ଆଲୋଚନା କରି କିଭଳି ପ୍ରତି ଗୃହକୁ ଉତ୍ତମ ବିଦ୍ୟୁତ  ସେବା ଯୋଗାଇ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲୋ ସହରାଞ୍ଚଳ ଏବଂ କରମା, ଖୁଣ୍ଟୁଣି ଅଞ୍ଚଳରେ ରହିଥିବା ଶିଳ୍ପ

ସଂସ୍ଥାଗୁଡ଼ିକୁ ବିଦୁ୍ୟତ ସେବା ଯୋଗାଇଦେବା କ୍ଷେତ୍ରରେ ବିସ୍ତୃତ ଆଲୋଚନା କରାଯାଇଥିଲାା ବୈଠକରେ ପାଓ୍ୱାର ଗ୍ରୀଡ଼ର ଚିଫ୍ ଜେନେରାଲ୍ ମ୍ୟାନେଜର ଶ୍ରୀ ଏସ୍ ରବିନ୍ଦ୍ର କୁମାର, ସେସୁର ସିଜିଏମ୍ (ବୈଷୟିକ) ସୁକାନ୍ତ କୁମାର ସ୍ୱାଇଁ, ସୁପରିଟେଣ୍ଡେଣ୍ଟ ଇଲେକ୍ଟି୍ରକାଲ୍, କଟକ ଶ୍ରୀ ଏ.କେ. ବିଶୋୟୀ ଏବଂ ସେସୁ ଓ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିଶନ କର୍ପୋରେସନ୍ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ 

Leave A Reply

Your email address will not be published.