ଓଡ଼ିଶା ପର୍ଯ୍ୟଟନ ଆନୁକୂଲ୍ୟରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

0 1

ପ୍ରଭାତ ପଦଯାତ୍ରା ସାଙ୍ଗକୁ ପର୍ଯ୍ୟଟକଙ୍କୁ ସ୍ୱାଗତ, ଫୁଡ୍ ଫେଷ୍ଟିଭାଲ୍ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଉତ୍ସାହ ଉଦ୍ଦୀପନାର ସହିତ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛିା ସକାଳେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାଷ୍ଟରକ୍ୟାଣ୍ଟିନ୍ ଠାରେ ସବୁଜ ପତାକା ଦେଖାଇ ପର୍ଯ୍ୟଟନ ପଦଯାତ୍ରାର ଶୁଭାରମ୍ଭ କରିଥିଲୋ ଓଡ଼ିଶା ହୋଟେଲ୍ ଏଣ୍ଡ ରେସ୍ତୋରାଁ ଆସୋସିଏସନ୍, ଓଡ଼ିଶା ଟ୍ରାଭେଲ୍ ଏଜେଣ୍ଟ ଆସୋସିଏସନ୍, ଓଡ଼ିଶା ଟୁର ଅପରେଟର୍ସ ଆସୋସିଏସନ୍, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର ଅପରେଟର୍ସ (ଓଡ଼ିଶା ରାଜ୍ୟ ଶାଖା), ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ  ଅଫ୍ ଟୁରିଜିମ୍ ଏଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ , ଇନଷ୍ଟିଟ୍ୟୁଟ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ , ସ୍କେଟିଂ ଆସୋସିଏସନ୍, ଟୁରିଜିମ୍ ଏଣ୍ଡ ହସ୍ପିଟାଲ୍ ମ୍ୟାନେଜମେଣ୍ଟ  ଇନଷ୍ଟିଟ୍ୟୁଟ  ସଦସ୍ୟ ଏବଂ ଛାତ୍ରଛାତ୍ରୀବୃନ୍ଦ ଏହି ପଦଯାତ୍ରାରେ ସାମିଲ ହୋଇଥିଲୋ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପଦାଥିକାରୀଙ୍କ ଉପସ୍ଥିତିରେ ଏହି ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ୍ରୁ ବାହାରି ଏକାମ୍ର ହାଟ ପର୍ଯ୍ୟନ୍ତ ଆସିଥିଲାା ବାଟରେ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରସ୍ତୁତ ପୀଠିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲାା ଚଳିତ ବର୍ଷ “ବିଶ୍ୱ ପର୍ଯ୍ୟଟନ ଦିବସ’ର ବିଷୟ ରହିଛି “ପର୍ଯ୍ୟଟନ ଓ ରୋଜଗାର: ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତ | ଭାରତ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜକ ରାଷ୍ଟ୍ରା ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରେ ବିମାନରୁ ଓହ୍ଲାଉଥିବା ପର୍ଯ୍ୟଟକମାନଙ୍କୁ ଅତିଥି ଭାବରେ ସ୍ୱାଗତ କରାଯାଇଥିଲାା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ, ଓଟିଡିସିର ଅଧ୍ୟକ୍ଷା, ଶାସନ ସଚିବଙ୍କ ସମେତ ପଦାଧିକାରୀବୃନ୍ଦ “ଅତିଥି ଦେବୋ ଭବ’ ଭାବରେ ଗୋଲାପଫୁଲ ଦେଇ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇଥିଲୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇତି ମଧ୍ୟରେ ଓଡ଼ିଶାକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆଗମନ ସଂଖ୍ୟାରେ ବିଶେଷ ଅଗ୍ରଗତି ଘଟିଛିା

ଅପରାହ୍ନରେ  ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଏକ ଖାଦ୍ୟମେଳା (ଫୁଡ୍ ଫେଷ୍ଟିଭାଲ୍) ଆୟୋଜନ କରାଯାଇଥିଲାା ୨୭ଟି ହୋଟେଲ୍ ଓ ରେସ୍ତୋରାଁ ଏହି ମେଳାରେ ବିଭିନ୍ନ ରକମର ଖାଦ୍ୟବ୍ୟଞ୍ଜନ ପରିବେଷଣ କରିବୋ ଖାଦ୍ୟମେଳା ଆସନ୍ତା ଅକେଫାବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ଏହି ମେଳା ଉଦ୍ଘାଟନ କରିଥିଲୋ

ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛିା ସେଥିରେ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ସମେତ ସ୍ମରଣିକା ଲୋକାର୍ପିତ ହୋଇଥିଲାା ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ସଦସ୍ୟମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲାା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନର ଅଭିବୃଦ୍ଧି ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲୋ ଏଥିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲୋ 

Leave A Reply

Your email address will not be published.