ହିଂସାତ୍ମକ ଆଚରଣକୁ ପରିହାର କଲେ ସୁସ୍ଥ ସମାଜ ଗଠନ ହୋଇପାରିବ -ଜିଲ୍ଲାପାଳ 

0 1

ଜଗତସିଂହପୁର ଠାରେ ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ

ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ଅଦାଲତରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡଃ ମିନତୀ ବେହେରା ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ଦିଗରେ ମହିଳା ଆୟୋଗ କାର୍ଯ୍ୟ କରୁଛି।ମହିଳା ମାନେ ଏକ ହୋଇ ଏକ ସୁନ୍ଦର ସୁସ୍ଥ ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବା ଉଚିତ।ସମସ୍ତଙ୍କର ସହଯୋଗ ରହିଲେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ସୁରକ୍ଷା ଦେବା ମହିଳା ଆୟୋଗର ମୁଖ୍ୟ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ।ଏହି ଶିବିରରେ ଜିଲ୍ଲାପାଳ ସ°ଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଲେ ପିତା,ମାତା ,ସ୍ୱାମୀ, ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ପରିବାର ଦୃଢ ହୋଇପାରିବ।ଅନ୍ୟର ମନକୁ କିଣିପାରିଲେ ଜୀବନଚର୍ଯ୍ୟା ସୁଦୃଢ଼ ହୋଇପାରିବ।ଯୌତୁକ ନିର୍ଯ୍ୟାତନା, ହିଂସାତ୍ମକ ଆଚରଣକୁ ପରିହାର କଲେ ସୁସ୍ଥ ସମାଜ ଗଠନ ହୋଇପାରିବ।ମଣିଷ ଏକ ମାତ୍ର ପ୍ରାଣୀ ଯିଏକି ସମାଜରେ ଉତ୍ତରଣ ହୋଇପାରିବ।ଏହି ଶିବିର ଅଦାଲତ ମାଧ୍ୟମରେ ଯୌତୁକ ନିର୍ଯ୍ୟାତନା, ମନମାଳିନ୍ୟ, ହି°ସାତ୍ମକ ଆଚରଣ ଭଳି ସମସ୍ୟାର ସମାଧାନ ସହଜରେ ହୋଇପାରିବ।ଏହି ଶିବିର ଅଦାଲତରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ଯୋଗଦେଇ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଆବଶ୍ୟକ ସ୍ଥଳେ ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ଶିବିରରେ ମୋଟ୍ ୪୪ଗୋଟି ମାମଲା ଯୌତୁକ ନିର୍ଯ୍ୟାତନା, ଘରୋଇ ହିଂସା, ମନୋମାଳିନ୍ୟ, ଗୃହ ବିବାଦ ଇତ୍ୟାଦିର ଶୁଣାଣି ହେବାକୁ ଥିବା ବେଳେ ୨୭ଟି ମାମଲା ବିଚାର ପାଇଁ ଆସିଥିଲା।ସେଥି ମଧ୍ୟରୁ ୭ଟି ଉଭୟ ପକ୍ଷର ମାମଲା, ୧୭ଟି ସିଙ୍ଗଲ ମାମଲା,୩ଟି ବିପରୀତ ପକ୍ଷର ମାମଲା ଶୁଣାଣି କରାଯାଇ ୪ଗୋଟି କେସ ଆପୋଷ ବୁଝାମଣାରେ ଫଇସଲା କରାଯାଇଥିଲା।୭ଟି ମାମଲା ଆରକ୍ଷୀ ଅଧିକ୍ଷକଙ୍କ ବିଚାର ନିମନ୍ତେ ପଠାଯାଇଥିବା ବେଳେ ଗୋଟିଏ କେସ୍ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏବଂ ଗୋଟିଏ କେସ୍ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବିଚାର ନିମନ୍ତେ ପ୍ରେରଣ କରାଯାଇଥିଲା। ଏଥିସହିତ ୧୪ଟି ମାମଲା ନିମନ୍ତେ ପ୍ରତିପକ୍ଷଙ୍କୁ ପୁନଶ୍ଚ ନୋଟିସ୍ ପଠାଯାଇଥିଲା।ଏହି ଶିବିରରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାନ୍ଜଳି ମହାନ୍ତି,ମନ୍ତ୍ରଣାଦାତ୍ରି ଅନୁରାଧା ଆଚାର୍ଯ୍ୟ,ବନ୍ଦନା ମହାନ୍ତି ,ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ପାଲ୍ ଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା  ଅଭିଯୋଗକାରୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.