ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

0 1

ଜଗତସିଂହପୁର:(ରମେଶ ମହାନ୍ତି):-କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ରାଜସ୍ବ ଅଧିକାରୀ, ବିଡିଓ,ତହସିଲଦାର,ଜିଲ୍ଲାସ୍ତରୀୟ ଅଧିକାରୀ,ଡେପୁଟି କଲେକ୍ଟର ଓ ସହକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ନିରୀକ୍ଷଣ ରିପୋର୍ଟର ସମୀକ୍ଷା କରିଥିଲେ।ପ୍ରାରମ୍ଭରେ ରାଜସ୍ବ ଆୟୁକ୍ତ ଜିଲ୍ଲାପାଳଙ୍କ ୱେବ୍ ଆଧାରିତ ଅଭିଯୋଗ ସମାଧାନ ପରିଚାଳନା, ଇ-ଅଫିସ୍,ଇ-ଡେସପାଚ୍ ଜନସହଯୋଗ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଅଧିକାରୀମାନେ ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ଆଧାରରେ ପ୍ରତିବନ୍ଧତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ରାଜସ୍ବ ମାମଲା ଫଇସଲା,ରାଜସ୍ୱ ସଂଗ୍ରହ,ପେନସନ୍ କେସ୍,କୋର୍ଟ କେସ୍ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଫଇସଲା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ରାଜସ୍ବ ଆୟୁକ୍ତଙ୍କୁ ଅବଗତ କରାଇଥିଲେ।ପ୍ରଥମଥର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ ଅଫିସ୍ ବ୍ୟବସ୍ଥା, ଇ-ଡେସପାଚ୍,ଜନସାଧାରଣଙ୍କ ଅଭିଯୋଗ ଓ ମିଡ଼ିଆ କ୍ଲିପିଙ୍ଗ ଡିଜିଟାଇଜେସନ,ମାସର ୪ର୍ଥ ଶନିବାର ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା ସହ ୫ଟି ମନ୍ତ୍ର ଉପରେ ଜିଲ୍ଲାସ୍ତରୀୟ ନଲେଜ୍ ହବ୍ ଆୟୋଜନ ସମ୍ପର୍କରେ ରାଜସ୍ବ ଆୟୁକ୍ତଙ୍କୁ ଅବଗତ କରାଇଥିଲେ।କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଅଡିଟ୍ ପାରା, ପେନସନ୍ କେସ୍,ସୁଚନା ଅଧିକାର ଆଇନ,ଜନଅଭିଯୋଗ,କୋର୍ଟ ଓ ରାଜସ୍ବ ମାମଲା,ସାର୍ଟିଫିକେଟ୍ କେସ୍ ,ଏନକ୍ରୋଚମେଣ୍ଟ ,ଆର୍ ଓ ଆର୍,ବେବନ୍ଦୋବସ୍ତ,ତଉଜି,ଜମି ଅଧିଗ୍ରହଣ,ମମତା ଯୋଜନା, ମିଶନଶକ୍ତି,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ,କଳାକାର ଭତ୍ତା,ଅନୂସୁଚିତ ଜାତି ଓ ଜନଜାତି ପିଲାମାନଙ୍କୁ ସ୍କଲାରସିପ,କୃଷକ ପଞ୍ଜୀକରଣ ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ଜିଲ୍ଲାସ୍ତରିୟ ଅଧିକାରୀ,ଡେପୁଟି ଓ ସହକାରୀ ଜିଲ୍ଲାପାଳ,ବିଡିଓ ଓ ତହସିଲଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.