ଦଲାଲ ମୁକ୍ତ ହେବ ବଡ଼ବିଲ ଏଆରଟିଓ ଅଫିସ : ଦୁଇ ଦଲାଲ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ):ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକୁ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ବଡ଼ବିଲ ପୋଲିସ ଶୁକ୍ରବାର ବଡ଼ବିଲ ସ୍ଥିତ ଏଆରଟିଓ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି। ଦୁଇ ଦଲାଲ ହେଲେ ବଡ଼ବିଲ ଷ୍ଟେସନ ରୋଡ଼ ଅଞ୍ଚଳର ଅରୁଣ କୁମାର ସାହୁ ଓ ବଡ଼ବିଲ ବସ୍ତି ଅଞ୍ଚଳର ଶଶୀ ଭୂଷଣ ମିଶ୍ର। ଏହି ଦୁଇ ଜଣ ଦଲାଲଙ୍କ ଠାରୁ କିଛି ଡ୍ରାଇଭିଂ ଲାଇସେନ୍ସ, ଆପ୍ଲିକେସନ ଫର୍ମ, ଫଟୋ ଜବତ ହୋଇଥିବାର ସୂଚନା ଦେଇଛନ୍ତି ଥାନାଧିକାରୀ ସୁଶାନ୍ତ କୁମାର ଦାଶ। ଆସନ୍ତା କାଲି ଏହି ଦୁଇ ଦଲାଲଙ୍କୁ କୋର୍ଟକୁ ଫରୱାର୍ଡ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.