ପାରଳାଖେମୁଣ୍ଡିରେ ବିଶ୍ବ ପର୍ଯ୍ୟଟନ ଦିବସ  ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି  ଠାରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ  ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛି ।ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

  ଏହି ଅବସରରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ସଚେତନତା ସାଇକଲ ଶୋଭାଯାତ୍ରା ବାହାରି ଥିଲା , ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ବାସୀଙ୍କୁ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ଓ ତାହାର ପରିବେଶ ସ୍ୱଚ୍ଛତା ଉପରେ ସଚେତନ କରାଇଥିଲେ । 

    ଜିଲ୍ଲାପାଳ ଶ୍ରୀ ଶାହା  ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ,ପର୍ଯ୍ୟଟନ ଏବଂ କର୍ମ ସଂସ୍ଥାନ, ଏହା ସମସ୍ତଙ୍କ ପାଇଁ  ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିଥାଏ ଏହାହିଁ ଏହି ଦିବସ ପାଳନର ବାର୍ତ୍ତା ବୋଲି କହି ସଚେତନ କରାଇଥିଲେ ।

      ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପର୍ଯ୍ୟଟନ ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ଓ ତୀର୍ଥ ସ୍ଥଳୀ ଗୁଡ଼ିକ ଉପରେ ସୂଚନା ଦେଇ ସେ ସବୁର ପରିବେଶ ଓ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିଭଳି ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ । 

     ଅନ୍ୟ ପକ୍ଷରେ ପର୍ଯ୍ୟଟନ ଶିଳ୍ପ କିଭଳି  ଅଞ୍ଚଳର ବିକାଶ ହେବା ସହ ଅଞ୍ଚଳବାସୀଙ୍କ ସାମାଜିକ ଓ ଅର୍ଥ ନୈତିକ ସ୍ଥିତିର ଅଭିବୃଦ୍ଧି ଦିଗରେ ସହାୟକ ହୋଇଥାଏ  , ତାହା ବୁଝାଇଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡାଃ ସୀମାଞ୍ଚଳ ପଣ୍ଡା ,ବିଜୁ ଯୁବ ବାହିନୀର  ଜିଲ୍ଲା ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ , କାର୍ଯ୍ୟକ୍ରମ ଅଧିକାରୀ ସୁନିତା ମିଶ୍ର  ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.