ବୁଲିଲା ବବିଙ୍କ ଅଦୃଶ୍ୟ ଖଣ୍ଡା !!

0

  ଦଳବିରୋଧୀ କାମ ଅଭିଯୋଗରେ  ସମ୍ପାଦକ ନିଲମ୍ବିତ 

ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସୁଜିତ ମହାନ୍ତି ନିଲମ୍ବିତ ହୋଇଛନ୍ତି | ଶ୍ରୀ ମହାନ୍ତିଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |

ମିଳିଥିବା ସୂଚନା ଅନୁସାରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ କର୍ମଶାଳାରେ ପର୍ଯ୍ୟବେକ୍ଷକ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ସଭ୍ୟ ସଂଗ୍ରହ ପ୍ରସଙ୍ଗରେ  ଯୁକ୍ତିତର୍କ କରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିବା କାରଣରୁ ଜିଲ୍ଲା ସଭାପତିଙ୍କ ସୁପାରିଶ କ୍ରମେ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି | ଜିଲ୍ଲାରେ କୌଣସି ପ୍ରକାର ଗୋଷ୍ଟି ରାଜନୀତି ଆଇ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲା ପାଇଁ ନବନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଟାଣୁଆ ଯୁବ ନେତା ପ୍ରଣବ ପ୍ରକାଶ ଦାସ (ବବି) ବାରିପଦା ଗସ୍ତ ବେଳେ ଦଳୀୟ ସଭାରେ ସ୍ପଷ୍ଟ କରି ଦେଇଥିଲେ | ମାତ୍ର ଦିନ କେଇଟା ଯାଇନଥିବା ବେଳେ ଏହାର ତତ୍କାଳ ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ`| ନିଲମ୍ବିତ ହୋଇଛନ୍ତି ଜିଲ୍ଲା ସମ୍ପାଦକ ସୁଜିତ ମହାନ୍ତି | 

ଛୋଟିଆ ପଦକ୍ଷେପ ସିନା ବାର୍ତ୍ତା ବିରାଟ । କେହି କେହି ଏହା ପର୍ଯ୍ୟବେକ୍ଷକ ବବିଙ୍କ ଅଦୃଶ୍ୟ ଖଣ୍ଡା ବୁଲିଲା ଓ ଭବିଷ୍ୟତରେ ବିଶୃଙ୍ଖଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅସମ୍ଭବ ନୁହେ ବୋଲି ଏକ ବାର୍ତ୍ତା ଦେଇଥିବା ଜିଲ୍ଲାରେ ଚର୍ଚ୍ଚା କରୁଛନ୍ତି  । 

Leave A Reply

Your email address will not be published.