ଗାଇସିଲେଟରେ ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟଘାଟ

0

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ ସାହୁ ସମାଜ କଲ୍ୟାଣ ମଣ୍ଡପଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କଲଙ୍ଗାପାଲି ସ୍ଥିତ ପାଟଣେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଶତାଧିକ ମହିଳା ମାନଙ୍କ ଯୋଗଦାନରେ  ସାହୁ କଲ୍ୟାଣ ମଣ୍ଡପଠାରେ ପହଞ୍ଚି ମାଁ ପାଟଣେଶ୍ବରୀ ଓ ମାଁ ସମଲେଶ୍ବରୀଙ୍କ ଫଟୋଚିତ୍ର ସ୍ଥାପନ କରାଯାଇଥିଲା।ଦ୍ବିତୀୟ ଅଧିବେଶନରେ ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ଯ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ,ସମ୍ମାନୀତ ଅତିଥି ଭାବେ ବିଜେପୁରର ପୂର୍ବତନ ବିଧାୟିକା ରିତା ସାହୁ,ତୈଳିକ ବୈଶ୍ୟ ସାହୁ ସମାଜ ଓଡିଶାର ସଭାପତି ସଂଜୀବ ସାହୁ,ଗାଇସିଲେଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଜେପୁରର ପୂର୍ବତନ ଅଧ୍ୟକ୍ଷ ମୋତିରାମ ସାହୁ,ଅଞ୍ଚଳ ସଭାପତି ବଂଶଧର ସାହୁ,କଲଙ୍ଗାପାଲି ଗୌନ୍ତିଆ ପ୍ରହଲ୍ଲାଦ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ସମାଜର ସଭାପତି ଡୋଲାମଣି ସାହୁ ସ୍ବାଗତ ଭାଷଣ ଦେଇଥିବାବେଲେ ଉପଦେଷ୍ଟା ରୁଦ୍ରମଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ବକ୍ତବ୍ଯରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ସାହୁ ସମାଜର ଅଗ୍ରଗତି ତଥା ସମାଜର କଲ୍ୟାଣ ଏବଂ ଗାଇସିଲେଟ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସଦାସର୍ବଦା କାର୍ଯ୍ୟରତ ବୋଲି ମତ ପୋଷଣ କରିଥିଲେ।କୋଷାଧ୍ୟକ୍ଷ ସୁନାଧର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା।ତୃତୀୟ ଅଧିବେଶନରେ ଉପ-ସଭାପତି ଜତିନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଆ ସିନେ ଜଗତର ସୁନାମଧନ୍ଯ ଅଭିନେତ୍ରୀ ଅର୍ଚିତା ସାହୁ ମଞ୍ଚରେ ଢୋଲ,ନିଶାନ, ତାଶା,ମୁହୁରିର ତାଳେ ତାଳେ ସମ୍ବଲପୁରୀ ଗୀତରେ ନୃତ୍ୟ କରି ଅଗଣିତ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ।ପରେ ବିଭିନ୍ନ ସାସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ।

Leave A Reply

Your email address will not be published.