ରୀତା ନିଶ୍ଚିତ, ହେଲେ ଅଶାୟୀଙ୍କ କେମିତି ତୋଷିବେ ଚିତ୍ତ  

0

 ଆଶାୟୀ ତାଲିକାରେ ଭୀଷ୍ମ ଆଉ ପ୍ରଭାସ

ବିଜେପୁର ବୈଠକ ସରିଲା, ମୁଖ୍ୟମନ୍ତ୍ରୀ କରିବେ ପ୍ରାର୍ଥୀ ନାମ ଘୋଷଣା 

ଆସନ୍ତା ୩୦ ତାରିଖ ଦିନ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ 

  ଭୁବନେଶ୍ୱର / ବରଗଡ଼ :- ଆଜି ନବୀନ ନିବାସରେ ବିଜେପୁର ଉପନିର୍ବାଚନକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଗାମୀ ୩୦ ତାରିଖ ସୋମବାର ଦିନ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିବେ । ଉଚିତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କର ନାମ ଘୋଷଣା କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ଗତକାଲି ପୂର୍ବତନ ସଂସଦ ପ୍ରଭାସ ସିଂ ବିବୃତି ଦେଇ ସେ ଆଶାୟୀ ଥିବା ଜଣାଇଦେଇଛନ୍ତି |  ସେହପରି ଯୁବ ଆଡଭୋକେଟ ଭୀଷ୍ମ ସରାଫ ବି ଦଳୀୟ ଟିକେଟ ପାଇଁ ଆଶା କରି ବସିଛନ୍ତି | ତେଣୁ  ସମୟ କହିବ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହା ଉପରେ ଆସ୍ଥା ପ୍ରକଟକରି ଦେଉଛନ୍ତି ବିଜେପୁର ଟିକେଟ | ଆଉ ଅନ୍ୟ ଆଶାୟୀ ମନକୁ କଣ ଦେଇ ବା କୋଉଠି ଥଇଥାନ କରୁଛନ୍ତି |

Leave A Reply

Your email address will not be published.