ଗୋଟିଏ ପରିବାରରେ ତିନି ଭିନ୍ନକ୍ଷମ ଶିଶୁ : ସରକାରି ସହାୟତାକୁ ଅପେକ୍ଷା 

0

junagarh/ Aditya mahanty : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ଗ୍ରାମ ଠାରେ ଦେଖିବାକୁ ମିଳିଛି ଜଣେ ପରିବାରରେ ତିନୋଟି ବିକଳାଙ୍ଗ ଶିଶୁ ।ପିତବାସ ଭଏଁସାଲ ଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ବିବାହ କରିଥିବା ବେଳେ ଛୋଟ ପୁଅ ଲୋକେଶ (ବୟସ ସାତ)ବିକଳାଙ୍ଗ ହେବା ସହିତ ମୁକ ବଧିର ହୋଇ ଦିନ କାଟୁଛନ୍ତି ।ସରକାରି ସହାୟତା କହିଲେ ବିକଳାଙ୍ଗ ଭତ୍ତା  ।ଅନ୍ୟପଟେ ପିତବାସ ଙ୍କ ବଡପୁଅ ଲଳିତ ମୋହନ ଙ୍କ ଦୁଇ ଶିଶୁ ପୁତ୍ର ସମିର (ବୟସ  5 )ଓ ଭିସ୍ମ ଯାହାଙ୍କ ବୟସ ଅଢେଇ ବର୍ଷ ।ଏହି ଦୁଇ ଶିଶୁ ମଧ୍ଯ ବିକଳାଙ୍ଗ ପାଲଟିଛନ୍ତି ।ପୁଅ ସମିର ଠିଆ ହୋଇ ବାକୁ ସକ୍ଷମ ନ ଥିବା ବେଳେ ଛୋଟ ପୁଅ ଭିସ୍ମ ବସିବାକୁ ଅସମର୍ଥ  । ଲଳିତ ମୋହନ କୁଲିମଜୁରି କରି କୁଟୁମ୍ବ ଚଲାଉଥିବା ବେଳେ ଅର୍ଥ ଅଭାବରୁ ଦୁଇ ଶିଶୁ ଙ୍କୁ ଉପଯୁକ୍ତ ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି ।ସ୍ଥାନିୟ ଡାକ୍ତରଖାନା ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ବାରମ୍ବାର ଚିକିତ୍ସା କରୁଥିଲେ ମଧ୍ୟ  କୌଣସି ସୁଫଳ ମିଳିପାରିନାହିଁ ବୋଲି କହିଛନ୍ତି । ଘର କହିଲେ ଏକ ଅର୍ଧଭଗାଂ  କୋଠରି ।ଏ ପର୍ଯ୍ଯନ୍ତ ସରକାରି ଯୋଜନା ରେ ଘର ଟିଏ ମଧ୍ଯ ପାଇ ନାହାନ୍ତି । ପରିବାରରେ ତିନୋଟି  ଶିଶୁ ବିକଳାଙ୍ଗ ହୋଇ ପଡିଥିବାରୁ ଦୁଃଖ ରେ ଭାଗିଂ ପଡିଛନ୍ତି ପରିବାର । ତିନି କୋମଳମତି ଶିଶୁ ଙ୍କ  ଭବିଷ୍ଯତ ଅନ୍ଧାର ଭିତରେ ପଡିରହିଛି। ସରକାରି ସାହାଯ୍ଯ କୁ ଅପେକ୍ଷା କରି ରହିଛନ୍ତି ପିତବାସ ଙ୍କ ପରିବାର 

 

 

Leave A Reply

Your email address will not be published.