ଗଜପତି ରେ ତୁହାକୁ ତୁହା ଲଗାଣ ବର୍ଷା : ଜିଲ୍ଲାପାଳ ଆଜିପାଇଁ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କଲେ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସମଗ୍ର ଗଜପତି ଜିଲ୍ଲା ପ୍ରଭାବିତ ହୋଇଛି । ଗତକାଲି ମଧ୍ୟାହ୍ନ ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବିରାମ୍ ଲଗାଣ ବର୍ଷା  ତୁହାକୁ ତୁହା ଲାଗିରହିଛି । ଜୀବନ ଯାତ୍ରା ଓ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଅନ୍ୟ ପକ୍ଷରେ ଆଞ୍ଚଳିକ  ପାଣିପାଗ ବିଭାଗ ପକ୍ଷରୁ  ମିଳିଥିବା ସୂଚନା ପ୍ରକାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା  ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରୀ କାରା ଯାଇଥିବା ଦୃଷ୍ଟିରୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା  ଏଥି ନେଇ ଜିଲ୍ଲାର ଥିବା ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବା ପାଈଁ ଚିଠି କରିବା ସହ ସୋସିଆଲ ମେଡିଆରେ ମଧ୍ୟ ଘୋଷଣା କରିଛନ୍ତି । ଘୋଷଣା ପ୍ରକାରେ ବିଦ୍ୟାଳୟ ବନ୍ଦ ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନେ  ନିଜ ନିଜର ବିଦ୍ୟାଳୟରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ମଧ୍ୟ ଜଣାଇ ଦିଆଯାଇଛି।

Leave A Reply

Your email address will not be published.