ବରକୋଳା ଫରେଷ୍ଟ ବଙ୍ଗଳାରୁ ବାଇକ ଚୋରି ଘଟଣା: ଅନ୍ୟତମ ଅଭିଯୁକ୍ତ ଗିରଫ 

0

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ବନାଂଚଳ ବରକୋଳା ଫରେଷ୍ଟ ବଙ୍ଗଳାରୁ ଅପ୍ରେଲ ମାସ ୨ ତାରିଖରେ ବାଇକ ଚୋରୀ କରିଥିବା ଅନ୍ୟତମ ଅଭିଯୁକ୍ତକୁ ଆଜି ଓଡଗାଁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭଞ୍ଜନଗର ଲାଲସିଂପଲ୍ଲୀର ତପନ ନାୟକ(୨୪) ।  ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ପୋଲିସ ବନ୍ଧାଭୁଇଁ ନିକଟ ମାଳିଆଝୋଲା ଠାରୁ ସକାଳ ପ୍ରାୟ ୮ବେଳେ ତପନକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି । ଘଟଣା ଅନୁସାରେ ଗତ ଅପ୍ରେଲ ମାସ ୨ ତାରିଖରେ ବରକୋଳା ଫରେଷ୍ଟ ବଙ୍ଗଳାରୁ ଭୋର ୫ବେଳେ ବନରକ୍ଷୀ  ସୁଦିପ୍ତ କୁମାର ସାହୁଙ୍କ ଓଡି ୨୫ସି ୬୭୫୨ ଆପାଚି ବାଇକକୁ ଚୋରି ନେଇଯାଉଥିବା ବେଳେ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ଘଡେଇବନ୍ଧ ଗ୍ରାମବାସୀମାନେ  ମିଳିତ ଭାବେ ଦୁର୍ବୃତ୍ତକୁ  ଧରିବାରେ ସଫଳହୋଇ ଓଡଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଗଞ୍ଜାମ ଜିଲ୍ଲା ଜଗନ୍ନଥ ପ୍ରସାଦ ଥାନା କାଦୁଆ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ରାକେଶ ଡାକୁଆ(୧୯)କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ହେଲେ  ଅନ୍ୟତମ ୨ ଅଭିଯୁକ୍ତ ବନରକ୍ଷୀ ଙ୍କ ଆପାଚି ଗାଡିକୁ ଧରି ବହୁ ପୂର୍ବରୁ ବାହାଡାଝୋଲା ପାରି ହୋଇ କେଉଁଆଡେ ଚାଲି ଯାଇଥିଲେ । ସେହି ଦିନ ଠାରୁ ୨ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରିରଖିଥିବା ବେଳେ ଆଜି ସକାଳେ ତଦନ୍ତକାରୀ ପୋଲିସ ଅଫିସର ସଞ୍ଜୟ କୁମାର ପରିଡା ଅଭିଯୁକ୍ତକୁ ଗିରଫ କରିଥିଲେ । ରାକେଶ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖଥିବା ଜଣାପଡିଛି ।

Leave A Reply

Your email address will not be published.