ଅପେକ୍ଷାରେ ଦିବ୍ୟାଙ୍ଗ ଯଶୋଦା,ସାହା ହେବକି ମୁଖ୍ୟମନ୍ତ୍ରୀଙ୍କ ୫ ଟି 

0

ବିଚିତ୍ର ପ୍ରଶାସନ : ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା 

ସେ ସମ୍ପର୍କରେ ସୂଚନା ମାଗିଲେ ସାମ୍ବାଦିକଙ୍କ ନମ୍ବର ବ୍ଲକ 

ତୁରେକେଲା(ସୁରେନ୍ଦ୍ର ତାଣ୍ଡି ): ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା  ବ୍ଲକର କୁଇବାହାଲ  ପଞ୍ଚାୟତର ବାଞ୍ଜିପାଲି ଗ୍ରାମର ଏହି ଯୋଜନାରୁ ବଂଚିତ ହୋଇଛନ୍ତିି ଯଶୋଦା ମାଝୀ ନାମ୍ନୀ ଏକ ଦିବ୍ୟାଙ୍ଗ ମହିଳା  । ଦୀର୍ଘବର୍ଷ ଧରି ସେ ଆବେଦନ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶୃତି ମିଳୁଥିବା ଅଭିଯୋଗ କରିଛନ୍ତି । ଧାଇଁ ଧାଇଁ ନୟାନ୍ତ ହେଲାପରେ ମଧ୍ୟ ଅନେଇ ରହିଛନ୍ତି କେବେ ମିଳିବ ଭତ୍ତା ।

କେବଳ ସରକାରଙ୍କ ଖାଉଟି କାର୍ଡରେ ପାଉଥିବା ସାମଗ୍ରୀରେ ମାସଟି ଯାକ ଚଳିବା କଷ୍ଟସାଧ୍ୟ ହୋଇଯାଉଛି । ତେବେ ସରକାରଙ୍କ ନିଦେ୍ର୍ଦଶ ଥିବା ବେଳେ ମୋ ପାଇଁ ଭତ୍ତା ନକରିବା ଏକ ନିନ୍ଦନୀୟ ଘଟଣା ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ତେଣୁ କୌଣସି ରାଜନେତା ନଶୁଣିବାରୁ ବାଧ୍ୟ ହୋଇ ଗଣମାଧ୍ୟମର ସହାୟତା ଲୋଡିଲି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରି ଭତ୍ତା ପାଇଁ ଆବେଦନପତ୍ରକୁ ସ୍ଥଗିତ ରଖିଥିବା ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀମତି ମାଝୀ ଦାବି କରିଛନ୍ତି ।ଏନେଇ ଆମ ତୁରେକେଲା ବ୍ଲକ ପ୍ରତିନିଧି ତୁରେକେଲା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ପ୍ରଥମେ ଫୋନ କାଟିଦେଇଥିଲେ ଏବଂ ପରବର୍ତୀ ସମୟରେ ଫୋନ ଉଠେଇ ନ ଥିଲେ, ସରକାରଙ୍କ ତରଫରୁ ସ୍ପଷ୍ଟ ଭାବେ ନିର୍ଦେଶ ଥାଇମଧ୍ୟ ତାଙ୍କ ହ୍ଵାଟ୍ସଆପରେ ଆମ ପ୍ରତିନିଧିଙ୍କ ନମ୍ବର କୁ ବ୍ଲକ କରିଦେଇଛନ୍ତି ଯାହାଫଳରେ ତାଙ୍କୁ ସମ୍ପର୍କ କରିବା ସମ୍ଭବ ହୋଇପାରିନି | ଅନୁରୂପ ଭାବେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଫୋନ ମଧ୍ୟ ସୁଇଚ ଅଫ ରହିଥିଲା |  ଏହିଭଳି ଭାବେ ଲୋକଙ୍କ ସଙ୍ଗେ ବ୍ୟବହାର କରୁଥିବାରୁ ସାଧାରଣ ଲୋକେ ପ୍ରଶାସନକୁ ଭରଷା କରିପାରୁନାହାନ୍ତି, ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେବାକୁ ଅଂଚଳବାସୀ ବିନମ୍ର ଅନୁରୋଧ କରିଛନ୍ତି |

 

Leave A Reply

Your email address will not be published.