ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା 24 ରୁ ଅର୍ଥନୈତିକ ଅବରୋଧ

0

 ବରଗଡ :- ପଶ୍ଚିମ ଓଡିଶାର ଯେ କୋଣସି ସ୍ଥାନରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା କାଲି 24 ତାରିଖରୁ 30 ତାରିଖ ପର୍ଯନ୍ତ ବରଗଡ଼ ରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବରଗଡ଼ ଓକିଲ ସଂଘ ପକ୍ଷରୁ କୁହାଯାଇଛି । ଆଜି ବରଗଡ଼ ରେ ଓକିଲ ସଂଘର କର୍ମକର୍ତା ମାନେ ସଂଘ ର ଉପସଭାପତି ଶ୍ରୀ ସରୋଜ କୁମାର ତ୍ରିପାଠୀ ଓ ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ପୁରୋହିତ ଙ୍କର ନେତୃତ୍ୱରେ ଏକ ରେଲି କରି ଜିଲ୍ଳାପାଳ ଙ୍କର କାର୍ଯଳୟ କୁ ଆସିଥିଲେ । ଜିଲ୍ଳାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଙ୍କର ଅନୁପସ୍ଥିତ ରେ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଜୁମର ଡ଼ନସନା ଙ୍କୁ ହାଇ କୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ଙ୍କର ଉଦ୍ଦେଶ୍ୟରେ ଏକ ଜ୍ଞାପନ ପ୍ରଦାନ କରିଥିଲେ । ହାଇକୋର୍ଟ ର ମୁଖ୍ୟ ବିଚାରପତି ଆଉ ଗୋଟେ ହାଇ କୋର୍ଟର ବେଞ୍ଚ ର ଆବଶ୍ୟକତା ଥିବା କହିଥିବା କଥା କୁ ଜିଲ୍ଲା ଓକିଲ ସଂଘ ତରଫରୁ ପ୍ରଶଂସା କରାଯିବା ସହିତ ମାନ୍ୟବର ମୁଖ୍ୟ ବିଚାରପତି ଙ୍କର ଏହି ମନ୍ତବ୍ୟ କୁ ବିରୋଧ କରି ହାଇ କୋର୍ଟ ବାର ଆସୋସିଏସନ ଦ୍ୱାର ମୂଖ୍ୟ ବିଚାରପତି ଙ୍କର କୋର୍ଟ ବର୍ଜନ କୁ ସଂଘ ତରଫରୁ ନିନ୍ଦା କରାଯାଇଛି । ବରଗଡ଼ ଓକିଲ ସଂଘର ଦାବି ଅନୁସାରେ ପଶ୍ଚିମ ଓଡ଼ିଶାର ଯେ କୋଣସି ସ୍ଥାନରେ ଏକ ସ୍ଥାୟୀ ବେଞ୍ଚ ଅତି ଶୀଘ୍ର ପ୍ରତିଷ୍ଠା କରାଯାଉ । ପଶ୍ଚିମ ଓଡିଶା ରେ ହାଇ କୋର୍ଟ ବେଞ୍ଚ ସ୍ଥାପନା କୁ ନେଇ ବହୁ ବର୍ଷ ହେଲା ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାରମ୍ବାର ଆନ୍ଦୋଳନ ହେଇ ଆସୁଛି ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହା ସମ୍ଭବ ହେଇ ପାରିନାହିଁ 

 

Leave A Reply

Your email address will not be published.