ବଡ଼ବିଲରେ ନୃଶଂସ ହତ୍ୟାକାଣ୍ଡ : ଠେଙ୍ଗାରେ ବାଡେଇ ବାଡେଇ ସ୍ତ୍ରୀଙ୍କୁ ମାରିଲା ସ୍ୱାମୀ

0

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଂରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ଦଶଟା ସମୟରେ ଦାମୁ ହଟିଂରେ ରହୁଥିବା କାଳିଆ ଗୋପ ମଦ୍ୟପାନ କରି ଏକ ଠେଙ୍ଗା ଦ୍ୱାରା ନିଜର ପତ୍ନୀ ଦେବକୀ ଗୋପଙ୍କୁ ବାଡେଇ ବାଡେଇ ହତ୍ୟା କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ କାଳିଆ ପ୍ରତିଦିନ ନିଶାରେ ଦେବକିଙ୍କୁ ମାରପିଟ କରିଥାଏ। ଖବର ପାଇ ବଡ଼ବିଲ ଏସ ଡି ପି ଓ ଦିଲୀପ ବାଘ ଓ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତ କାଳିଆକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ଦୁହିଁଙ୍କର ୫ ଜଣ ଛୋଟ ଛୁଆ ଥିବାବେଳେ ସେମାନଙ୍କ ଭରଣପୋଷଣ କିପରି ହେବ ସେ ନେଇ ହଟିଂବାସୀ ଚିନ୍ତା ପ୍ରକଟ କରିଛନ୍ତି।

Leave A Reply

Your email address will not be published.