କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ରେ ମାତୃଭାଷା ଦିବସ ପାଳିତ  

0

21-02-18-koraput2.jpg - 342.03 kB

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡ଼ିଶା ର ସୁନାବେଡା ସ୍ଥିତ କ୍ୟାମ୍ପସ ଠାରେ ମାତୃଭାଷା ଦିବସ ପାଳିତ ହେଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସଚ୍ଚିଦାନନ୍ଦ ମହାନ୍ତି କାର୍ୟ୍ୟକ୍ରମ ଉଦ୍ଘାଟନ କରିବା ସହ ‘ବହୁଭାଷୀ ଭାରତ ବର୍ଷରେ ମାତୃଭାଷାର ଗୁରୁତ୍ଵ’   (Role of Mother Tongue in Multilingual India) ଶୀର୍ଷକ ସ୍ଵତନ୍ତ୍ର ବ୍ୟାଖ୍ୟାନରେ  ଅଭିଭାଷଣ ପ୍ରଦାନ କରିଥିଲେ । ପ୍ର. ମହାନ୍ତି ଏହି ଅବସରରେ ମାତୃଭାଷାର ଆବଶ୍ୟକତା ଏବଂ ଉନ୍ନତି ବିଷୟ ବର୍ଣନା କରିଥିଲେ । 

ପ୍ର. ମହାନ୍ତି ସ୍ଵତନ୍ତ୍ର ବ୍ୟାଖ୍ୟାନରେ ଛାତ୍ର /ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବହୁ ଭାଷା ଭାଷୀ ହେବ ନିମନ୍ତେ ପରାମର୍ଶ ଦେଇ ନିଜ ମାତୃଭାଷା ପ୍ରତି ଉଚିତ ସମ୍ମାନ ଏବଂ ନିଷ୍ଟା ରଖିବା ପାଇଁ  ପରାମର୍ଶ ଦେଇଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ “ ଓଡ଼ିଆ ଆମ ମାତୃଭାଷା କିନ୍ତୁ ସମସ୍ତଙ୍କୁ ବହୁ ଭାଷା ଭାଷୀ ହେବା ଦରକାର । ଭାଷା କେବେହେଲେ ସୁଧ କିମ୍ବା ଅସୁଧ ନଥାଏ ପ୍ରତେକ ଭାଷା ଅନ୍ୟ ଭାଷା ଦ୍ଵାରା ପ୍ରଭାବିତ ହୋଇଥାଏ ।  ଆମ ମାତୃଭାଷା ପ୍ରତି ଅମର ଯଥେଷ୍ଟ ସମ୍ମାନ ଏବଂ ସ୍ନେହ ରହିବା ଦରକାର” ବୋଲି ସେ କହିଥିଲେ । “ଭାଷା କୁ ନେଇ ସଙ୍କିର୍ଣ ମାନସିକତା ରଖିବା ଉଚ୍ଚିତ ନୁହେଁ । ସମସ୍ତ ଭାଷାକୁ ଉଚ୍ଚିତ ସମ୍ମାନ ଦେବା ଆବଶ୍ୟକ । ଜ୍ଞାନ ଏବଂ ଶିକ୍ଷା ଦ୍ଵାରା ମନୁଷ୍ୟ ଏହି  ଭାଷା କୁ ନେଇ ସୃଷ୍ଟି ହୋଇଥିବା ସଙ୍କିର୍ଣ ମାନସିକତାରୁ ଊର୍ଦ୍ଧ୍ଵକୁ ଉଠିପାରିବ ଏବଂ ଜ୍ଞାନ ଆହୋରଣ କରିବା ନିମନ୍ତେ ବିଶ୍ଵବିଦ୍ୟାଳୟ ଏକ ସର୍ବତ୍କୃଷ୍ଟ ସ୍ଥାନ” ବୋଲି ପ୍ର. ମହାନ୍ତି କହିଥିଲେ । ମାତୃଭାଷା ର ଉନ୍ନତି ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ମାତୃଭାଷା ସମ୍ବନ୍ଧରେ ଅଧିକ ଶିଖିବାକୁ ଏବଂ ବହୁଳ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ର. କିଶୋର ଚନ୍ଦ୍ର ରାଉତ, Dean-Academics ସ୍ଵାଗତ ଭାଷଣରେ ପ୍ର. ମହାନ୍ତିଙ୍କୁ  THE INTELLECTS ସଂସ୍ଥା ଦ୍ଵାରା ୨୦୧୮ ମସିହାର ପ୍ରବାସୀ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ନିମନ୍ତେ ବିଶ୍ଵବିଦ୍ୟାଳୟ ପରିବାର ତରଫରୁ ଅଭିନନ୍ଦ ଜଣାଇଥିଲେ । 

ଏହି ଅବସରରେ ବିଶ୍ଵବିଦ୍ୟାଳୟର ଓଡ଼ିଆ କାର୍ୟ୍ୟକାରି ବିଭାଗ ମୁଖ୍ୟ ଡାଃ. ଆଲୋକ ବରାଳ, ହିନ୍ଦୀ ବିଭାଗର ଡାଃ. ମୟୂରୀ ମିଶ୍ର ଏବଂ ସଂସ୍କୃତ ବିଭାଗର ଡାଃ. କୁମୁଦ ପ୍ରସାଦ ଆଚାର୍ୟ, ‘ବହୁଭାଷୀ ଭାରତ ବର୍ଷରେ ମାତୃଭାଷାର ଗୁରୁତ୍ଵ’ ଉପରେ ନିଜ ମତ ବ୍ୟକ୍ତ କରିଥିଲେ ।  ଏହି କାର୍ୟ୍ୟକ୍ରମରେ ଡାଃ. ଫଗୁନାଥ ଭୋଇ ଲୋକ ସମ୍ପର୍କ ଅଧିକାରୀ, ଧନ୍ୟବାଦ ଜ୍ଞାପନ କରିଥିଲେ । ସୁଶ୍ରୀ ମେର୍ଶୀ ମୌସମୀ ଟାକ୍ରୀ, ଝଗ୍ଧଙ୍କୟରଦ୍ଭଗ୍ଧ ଉକ୍ଟଙ୍କଦ୍ଭଗ୍ଦରକ୍ଷକ୍ଷକ୍ଟr କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ସହ ପ୍ରାଧ୍ୟାପକ ପ୍ରାଧ୍ୟାପିକା ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ବିଶ୍ଵବିଦ୍ୟାଳୟର ଲୋକୋ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା । 

Leave A Reply

Your email address will not be published.