ନବୀନ ବାବୁ  ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା  ଜଣେ ବିଶିଷ୍ଟ ରାଜନେତା : ବାଚସ୍ପତି ଡ଼ ପାତ୍ର

0 1

“ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର( ଶାସକ ପ୍ରଶାସକ)ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା  ଜଣେ ବିଶିଷ୍ଟ ରାଜନେତାା ନିଜର ନିରଳସ ବ୍ୟକ୍ତିତ୍ୱ ଓ ନିଷ୍ଠାପର ଜନସେବା ତାଙ୍କୁ ଜଣେ ରାଷ୍ଟ୍ରନୀତିଜ୍ଞ ଆଦୃତି ପ୍ରଦାନ କରିଛି ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତିା

ଆଜି ବିଧାନସଭା ସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପଣ୍ଡିତ ଦୈତ୍ୟାରୀ ମହାପାତ୍ରଙ୍କ ରଚିତ ଏବଂ କଳିଙ୍ଗ ସମାଜ ପବ୍ଲିକେସନସ୍, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ “ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକକୁ ଲୋକାର୍ପଣ କରି ବାଚସ୍ପତି ଡ. ପାତ୍ର ଏହି ମତଦେବା ସହ ନବୀନ ବାବୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲୋ

ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ଅରୁଣ କୁମାର ପଣ୍ଡା, ସାରସ୍ୱତ ସାଧକ ଡ. ହରିହର କାନୁନଗୋ, ବରିଷ୍ଠ ସାମ୍ବାଦିକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ପୁସ୍ତକର ପ୍ରକାଶକ ଶ୍ରୀ ଉମାକାନ୍ତ ମହାନ୍ତି, ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟ ଇଂ ଅଭୟ ସୁତାର, ଶ୍ରୀ ସତ୍ୟପ୍ରକାଶ ସେଠୀ, ରାଜଲକ୍ଷ୍ମୀ ମହାପାତ୍ର, ଏସ୍. ସତ୍ୟଭୂଷଣ ସ୍ୱାମୀ, ଶ୍ରୀ ଉତ୍ତମ କୁମାର ଦାସଙ୍କ ସମେତ ବହୁବୁଦ୍ଧିଜୀବୀ ଉପସ୍ଥିତ ଥିଲୋ

 

Leave A Reply

Your email address will not be published.