ଜଗତସିଂହପୁର :(ରମେଶ ମହାନ୍ତି):-ନିଶାସକ୍ତ ନାତି ଜେଜେ ମା କୁ ହତ୍ୟା କରଥିବା ଅଭିଯୋଗରେ ମାନ୍ୟବର ଜିଲ୍ଲା ଦୌରା ଜଜ ଆନନ୍ଦ ଚନ୍ଦ୍ର ବେହେରା ଆସାମୀକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୂଚନାନୁଯାୟୀ ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନ ପୁର ଗ୍ରାମର ଯୁଝିଷ୍ଟିର ସ୍ୱାଇଁ ଙ୍କ ପୁଅ ବଳରାମ ସ୍ୱାଇଁ (୩୪) ୨୬-୪-୨୦୧୪ ଅପରାହ୍ନ ୪-୩୦ ସମୟରେ ନିଶାସକ୍ତ ଅବସ୍ଥାରେ ଜେଜେ ମା ପୁନି ପ୍ରଧାନ (୮୩)ଙ୍କୁ ଏକ ତଡା ରେ ମୁଣ୍ଡ କୁ ପ୍ରହାର କରିବା ସହିତ ତାଙ୍କ କାନରେ ଥିବା ସୁନାର କାନ ଫୁଲ କୁ ଝିଙ୍କି ନେଇ ପଳାଇଥିଲା । ପୁନି ଙ୍କର ଚିତ୍କାର ଶୁଣି ବଳରାମର ଖୁଡି ନୟନା ଦୌଡି ଆସି ଦେଖେତ ପୁନି ଙ୍କର କାନ, ପାଟି ଓ ନାକରୁ ରକ୍ତ ବାହାରୁଚି ।ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ସହାୟତାରେ ବାଲିକୁଦା ଚିକିତ୍ସାଳୟକୁ ନିଆଯାଇଥିଲା ।କିନ୍ତୁ ଡାକ୍ତର ରବୀନ୍ଦ୍ର ନାଥ ପାଲ ତାଙ୍କୁ ମୃତ ଘୋଷଣା କରିବା ସହିତ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତି କରି ବାଲିକୁଦା ପୋଲିସ୍ ପକ୍ଷରୁ ଏକ କେଶ ନ-୭୨/୧୪ ରୁଜୁ କରାଯାଇ ଆସାମୀ ବଳରାମ ସ୍ୱାଇଁ ଙ୍କୁ କୋର୍ଟ ଚାଲାଣ କରିଥିଲେ । ମାନ୍ୟବର ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ୧୦ ଜଣ ସାକ୍ଷୀ ଙ୍କର ବୟାନ କୁ ଭିତ୍ତି କରି ଆସାମୀକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।ଏଥିସହିତ ଉକ୍ତ ପରିବାରକୁ କ୍ଷତିପୂରଣ ଦେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ସୁପାରିଶ କରିଛନ୍ତି ।ଏହି କେଶ୍ କୁ କ୍ୟାଡର ପବ୍ଲିକ ପ୍ରସିକୁଟର ନଳିନୀ କାନ୍ତ ମହାରଣା ପରିଚାଳନା କରୁଥିଲେ
Sign in
Sign in
Recover your password.
A password will be e-mailed to you.