ଚୋରି ହାଇୱା  ଜବତ : ଜଣେ ଗିରଫ

0 1

  ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ପୋଲିସ ଏକ ଚୋରି ହୋଇଥିବା ହାଇୱା ଟ୍ରକକୁ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାରୁ ପ୍ରକାଶ ଯେ ବଡ଼ବିଲ ଅଞ୍ଚଳର ଭିସିତ ବଂସଲ ନିଜର ଓଡ଼ି୦୯ସି ୬୪୪୭ ନଂ ବିଶିଷ୍ଟ ହାଇୱା ଗତ ୧୮ ତାରିଖ ଦିନ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟ ପାର୍କିଂରୁ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ କେଶ ନଂ ୧୮୩/୧୯ରେ ଏକ କେଶ ରୁଜୁ କରି ତଦନ୍ତ କରିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଚୋରି ହାଇୱାକୁ ଝାଡ଼ଖଣ୍ଡର ପୋଟକା ଅଞ୍ଚଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୁରୁଦେବ ଗୁପ୍ତାକୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ଗୁରୁଦେଵ ପୂର୍ବରୁ ମଧ୍ୟ ଟ୍ରକ ଚୋରି ଅଭିଯୋଗରେ ଗିରଫ ହୋଇଥିବା ପୋଲିସ କହିଛି | 

 

Leave A Reply

Your email address will not be published.