ଚାଷୀଙ୍କ ଠାରୁ  ନିଜେ ଅଭିଯୋଗ ଶୁଣିବେ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ।

0 1

କାର୍ଯ୍ୟାଳୟରେ ଭେଟି ଦେଇପାରିବେ, ନହେଲେ  ଇ-ମେଲ ଯୋଗେ ବି ଜଣାଇ ପାରିବେ ଅଭିଯୋଗ । 

 ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ନିଗମର ନୂତନ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନିଗମର କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ନିଗମର ସମସ୍ତ କାର୍ଯ୍ୟ ସଂପାଦନ ନିମନ୍ତେ ସେ ଗୁରୁତ୍ୱ ଦେଇଛନ୍ତି । ଚାଷୀ ଓ ସାଧାରଣ ଜନତାଙ୍କଠାରୁ ରାଜ୍ୟରେ ଉଠାଜଳସେଚନ ସଂପର୍କିତ ଅଭିଯୋଗକୁ ସେ ନିଜେ ଗ୍ରହଣ କରି ସେସବୁର ସମାଧାନ କରିବା ପାଇଁ ଶ୍ରୀ ପତ୍ରୀ  ଉଦ୍ୟମ ଜାରି ରଖିଛନ୍ତି । ଏଥି ନିମନ୍ତେ ସେ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ଯେ, ଯେ କୌଣସି ସରକାରୀ କାର୍ଯ୍ୟ ଦିବସରେ ଜଣେ ଚାଷୀ କିମ୍ବା ସାଧାରଣ ଜନତା ଆସି ପ୍ରତ୍ୟକ୍ଷ ଭାବେ ତାଙ୍କୁ କାର୍ଯ୍ୟାଳୟରେ ଅଭିଯୋଗ ଦେଇପାରିବେ । ଯେଉଁମାନେ ଦୂରଦୂରାନ୍ତରେ ରହୁଛନ୍ତି, ବ୍ୟକ୍ତିଗତ ଭାବେ ଅଭିଯୋଗ ଦାଖଲ ପାଇଁ ଆସିପାରୁନାହାଁନ୍ତି,  ସେମାନେ ମଧ୍ୟ [email protected] ମେଲ୍ ଆଇଡିରେ ମାସର ପ୍ରତ୍ୟେକ ସୋମବାର ଦିନ ସେମାନଙ୍କର  ଅଭିଯୋଗ ପଠାଇପାରିବେ । ସରକାରୀ କାର୍ଯ୍ୟ ଦିବସରେ ପ୍ରତ୍ୟକ୍ଷ ଭାବେ ଆସୁଥିବା ଅଭିଯୋଗକାରୀ ତାଙ୍କ ଅନୁପସ୍ଥିତିରେ ମଧ୍ୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକଙ୍କୁ ତାଙ୍କର ଅଭିଯୋଗ ଦେଇପାରିବେ ।  ସମସ୍ତ ଅଭିଯୋଗକାରୀ  ଅଭିଯୋଗ ସହିତ ତାଙ୍କର ସମ୍ପୂର୍ଣ୍ଣ ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଅଭିଯୋଗ ଶୁଣାଣି ତ୍ୱରାନ୍ୱିତ  ହୋଇପାରିବ । ଏହି ସୂଚନା ସମସ୍ତ ପାଣି ପଂଚାୟତ ଓ ପଂଚାୟତ ସ୍ତରରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ଉଦ୍ଧିଷ୍ଟ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,  ଶ୍ରୀ ପତ୍ରୀ ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ସେ  ନିଷ୍ଠାର ସହିତ ପାଳନ କରି ତଦନୁସାରେ  କାର୍ଯ୍ୟ କରିବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ  |  ସେହି ଅନୁସାରେ ସେ ନିଗମର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣୁଥିବା ପ୍ରକାଶ  କରିଛନ୍ତି ଅଧ୍ୟକ୍ଷ ଶ୍ରୀ ପତ୍ରୀ  । 

Leave A Reply

Your email address will not be published.