ରାଜ୍ୟରେ ପ୍ରତିଷ୍ଠା ହେବ ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ : ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

0 1

  ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି | ମାନ୍ୟବର ଉଚ୍ଚତମ ନ୍ୟାୟାଳୟ(ସୁପ୍ରିମ୍ କୋର୍ଟ)ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସିଭିଲ୍ କୋର୍ଟ ଆଇନ-୧୯୮୪ ଅନୁଯାୟୀ ଉପରୋକ୍ତ କୋର୍ଟଗୁଡ଼ିକ ଜଣେ ଜଣେ ଅତିରିକ୍ତ ଜିଲ୍ଲା ଜଜଙ୍କ  ଅଧୀନରେ କାର୍ଯ୍ୟ କରିବା ଉଲ୍ଲେଖଯୋଗ୍ୟ ଯେ ଏହି କୋର୍ଟଗୁଡ଼କ ପକ୍ସୋ ଆକ୍ଟ -୨୦୧୨ (ପ୍ରୋଟେକସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ ଆକଫ) ସମ୍ବନ୍ଧିତ ଅପରାଧ ମାମଲାଗୁଡ଼ିକର ବିଚାର କରିବୋ ଏହି କୋର୍ଟଗୁଡ଼ିକ ରାଜ୍ୟର ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର,ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ମୋଟ ୨୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜଣାପଡ଼ିଛିା

Leave A Reply

Your email address will not be published.