ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

0 1

ମେଲଛାମୁଣ୍ଡା, (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସଂସ୍ଥା ସୋହେଲା ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ସୋହେଲା ଜେଏମଏଫସି ଶିଶିର କୁମାର ସାହୁ ମୁଖ୍ୟ ଅତିଥି, ମେଲଛାମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ ସପ୍ନାରାଣୀ ଗୋଚ୍ଛାୟତ, ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ଡ. ସରୋଜ ଦାସ, ଅଧ୍ୟାପକ ଡ. ପ୍ରଦୀପ ପ୍ରଧାନ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ମହେଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଶିବିରରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଆଇନ ସହାୟତା, ସ୍ୱାକ୍ଷରତା ଏବଂ ସଚେତନତା ଉପରେ ପ୍ରାଂଜଳ ଭାବେ ବର୍ଣ୍ଣନା କରବା ସହ ଆଇନ ବିଷୟରେ ଛାତ୍ର ଛାତ୍ରୀଙ୍କ ମନରେ ଥିବା ବିଭିନ୍ନ ସଂଦେହ ଜନକ ପ୍ରଶ୍ନ ସବୁକୁ ସୂଚାରୁ ରୁପେ ବର୍ଣ୍ଣନା କରିଥିଲେ । ସେହିପରି ଏସଆଇ ଗୋଚ୍ଛାୟତ ନାରୀମାନଙ୍କ ସୁରକ୍ଷା ଏବଂ ସହାୟତା ଉପରେ ବକ୍ତବ୍ୟ ରଖିବା ସହ ଏହି ଶିବିର ପାଇଁ ମେଲଛାମୁଣ୍ଡା ଥାନା ଅଧିନସ୍ଥ ମହାବିଦ୍ୟାଳୟକୁ ଚୟନ କରିଥିବାରୁ ଜେଏମଏଫସି ଶ୍ରୀ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ମହାବିଦ୍ୟାଳୟର ସୁନିଲ ଜୈନ, ସୁବାଷ ପଧାନ, ରଘୁମଣି ମହାନନ୍ଦ, ହୃଷିକେଷ ସାହୁ, ସବିତା ସେଠ, ସଂଯୁକ୍ତା କାଣ୍ଡ ଓ ଉପେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆନୁଷ୍ଠାନିକ ଭାବେ ଅଧ୍ୟାପକ ମହେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.