ସେବା ସପ୍ତାହ ଅବସରରେ ବିଜେପି ତରଫରୁ ରକ୍ତ ଦାନ ଶିବିର

0 1

ଗାଇସିଲେଟ / କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସପ୍ତାହ ଆବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ତଥା ବିଜେପୁର ଜମିଦାର ସନତ କୁମାର ଗଡତିଆ, ବିଜେପି ଜିଲ୍ଲା ଉପ-ସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଦନ ଦୀପ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ଡନସନା,ପୂର୍ବତନ ଜିଲ୍ଲା ପରିଷଦ ଘନଶ୍ୟାମ ସାହୁ, ମିଡିଆ ସେଲ ପ୍ରଭାରୀ ଝସକେତନ ସାହୁ,ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରୀ ସାହୁ, ଗାଇସିଲେଟ ଯୁବମୋର୍ଚା ସଭାପତି ଯଜ୍ଞେଶ୍ବର ପ୍ରଧାନ,ସାଇପାଲି ଯୁବମୋର୍ଚା ସଭାପତି ବିକ୍ରମ ସେଠ ଓ ତାଲପାଲି ସରପଞ୍ଚ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଶିବିରରେ ମୋଟ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପଦ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ସଂଗ୍ରାମ କେଶରୀ ମହନ୍ତ,ଦିପକ ସାହୁ,ହିତେଶ ସାହୁ,ଜିତେନ୍ଦ୍ରିୟ ଗୁଲ୍ଲାଙ୍କୁ ହସ୍ତାନ୍ତର କରାଯାଇଥିଲା।ଏହି ରକ୍ତ ଦାନ ଶିବିରରେ ନିଜ ରକ୍ତ ଦାନକରି ଅନ୍ୟ ବ୍ୟକ୍ତିର ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରିଥିବା ଅଭିଷେକ ମହାନ୍ତି,ସରପଞ୍ଚ ସୁଶାନ୍ତ ସାହୁ,ପିତବାସ ବେହେରା,ଆକାଶ ମହାନ୍ତି,ପ୍ରଶାନ୍ତ ସାହୁ,ରିଙ୍କୁ ଦୀପ,ସନତ କୁମାର ଗଡତିଆ,ପ୍ରବୀଣ କୁମାର ପାଣିଗ୍ରାହୀ,ମଙ୍ଗଳୁ ସାହୁ,ମହାଦେବ ପଟେଲ,ମନୋଜ ସାହୁ,ସୁନିଲ ସାହୁ,ପ୍ରମୋଦ କୁମ୍ଭାର,ସୁରେଶ ସାହୁ ,ବିଜୟ କୁମାର ସାହୁ,ଦେବାର୍ଚନ ବରିହା,ଯଜ୍ଞେଶ୍ବର ପଧାନ,ଦିଲ୍ଲୀପ କୁମାର ମାଝି,ସୁମନ୍ତ ଭୋଇ,ନରେଶ ବରିହାଙ୍କୁ ବିକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.