ବଲାଣି ପୋଲିସ ହାତରେ ବାଇକ ଚୋର : ହୋଣ୍ଡା ସାଇନ ଜବତ

0 1

ବଡ଼ବିଲ : (ଶାସକ ପ୍ରଶାସକ) : ବଲାଣି ପୋଲିସ ହାତରେ ଆଜି ଜଣେ ବାଇକ ଚୋର ଧରାପଡିଛି। ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ମୁର୍ଶୀଦାବାଦ୍ ଅଂଚଳର ଚାଇନା ଓରଫ ମୁସ୍ରାଲିମ ଶେଖ(୨୭)। ସେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ରହୁଥିଲା। ପୋଲିସ ତାଠାରୁ ଏକ ହୋଣ୍ଡା ସାଇନ ବାଇକକୁ ଜବତ କରିଛି। ତଦନ୍ତରୁ ସେ ପୂର୍ବରୁ ୩ଟି ବାଇକ ଚୋରି କରି ବଲାଣି ଅଞ୍ଚଳରେ ବିକ୍ରି କରିଥିବା ଜଣାପଡିଛି ବୋଲି ବଲାଣି ଥାନାଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି । ପୋଲିସ କେଶ ନଂ୫୮/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟକୁ ଫରୱାର୍ଡ କରିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.