ଶ୍ରୀ ଶ୍ରୀ ନୃସିଂହନାଥ ମହାବିଦ୍ୟାଳୟ :ସରକାରୀ ଆଦେଶ ବିରୋଧରେ ଆଦେଶ ଦେଲେ ହାଇକୋର୍ଟ 

0 1

ବରଗଡ :- ଗତ ଅଗଷ୍ଟ ମାସ ଅନେଇଶ ତାରିଖ ଦିନ  ରାଜ୍ୟସରକାର ଙ୍କର ଏକ ଆଦେଶ ବଳରେ ବରଗଡ଼ ଜିଲ୍ଲାପାଳ ଙ୍କୁ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିଲା । ଗତ କିଛି ଦିନ ତଳେ ଜିଲ୍ଳାପାଳ ମହାବିଦ୍ୟାଳୟ କୁ ଆସି ସରକାର ଙ୍କର ଦ୍ୱାରା ଗଠନ କରାଯାଇଥିବା ପରିଚାଳନା କମିଟିର କିଛି ସଭ୍ୟ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷାଙ୍କର ସହିତ ଆଲୋଚନା କରିବା ସହିତ ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ହେଲେ ଗତ 13 / 9 /2019 ତାରିଖ ଦିନ ପୂର୍ବ ପରିଚାଳନା କମିଟ ଗତ ଅଗଷ୍ଟ ମାସରେ ସରକାର ଦେଇଥିବା ଆଦେଶ ତ୍ରୁଟିପୂର୍ଣ୍ଣ ରହିଥିବା ଦର୍ଶାଇ ଓ ଏହି ମାମଲାର ଏକ କେଶ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ବିଚାରଧୀନ ଥିବା ଦର୍ଶାଇ ମାନ୍ୟବର ନ୍ୟାୟାଳୟ ଙ୍କର ଷ୍ଟେ ଆଣିଥିବା ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଏକ ପ୍ରେସ ବାର୍ତା ରେ ଜଣାଇଛନ୍ତି। ମାମଲାର ସମ୍ପୂର୍ଣ୍ଣ ରାୟ ନ ଆସିବା ପର୍ଯନ୍ତ ପୂର୍ବ ପରିଚାଳନା କମିଟି ପୂର୍ବ ଭଳି କାର୍ଯ୍ୟ କରିବ ବୋଲି ଶ୍ରୀ ତ୍ରିବେଦୀ ସାମ୍ବାଦିକ ମାନଙ୍କୁ ଜଣାଇବା ସହିତ ମହାବିଦ୍ୟାଳୟ ର ଉଜ୍ବଳ ଭବିଷ୍ୟତ ନିମନ୍ତେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏହି ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ଦେବା ପାଇଁ ଅନୁରୋଧ କରିଥିଲେ । 

   ଏଠାରେ ସୂଚନାଯୋଗ୍ୟ ଯେ 1981 ମସିହାରେ ତତ୍କାଳୀନ ସମ୍ବଲପୁର ଲୋକସଭା ସଦସ୍ୟ ସ୍ବର୍ଗତ ଡା, କୃପାସିନ୍ଧୁ ଭୋଇଙ୍କର ଉଦ୍ୟମରେ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ରେ ପରିଚାଳନା କମିଟିକୁ ନେଇ ବିବାଦ ବିଗତ 12 ବର୍ଷରୁ ଉର୍ଦ୍ଧ ସମୟ ଧରି ଲାଗି ରହିଛି । ଏଣୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଅଂଚଳ ବାସୀଙ୍କର ଦାବି ରହିଛି ।

 

Leave A Reply

Your email address will not be published.