ମଟର ଚାଳକ ଦିବସ ପାଳିତ 

0

ଜି.ଉଦୟଗିରି:ଗଗନ କୁମାର ପ୍ରଧାନ: ସେପ୍ଟମ୍ବର ୧୭ ଚାଳକ ଦିବସ ଅବସରରେ ମାଁ’ ବରାଳିନୀ ଅଟୋ ମାଲିକ ସଂଘ (୩ ଚକିଆ ଗାଡି) ଓ ୪ଚକିଆ ଗାଡି ଚାଳକ ସଂଘର ମିଳିତ ଆନୁକୁଲ୍ୟରେ ଜି.ଉଦୟଗିରିରେ ଚାଳକ ଦିବସ ପାଳିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ସହର ପରିକ୍ରମା କରି ଚାଳକ ଭାଇମାନେ ସଡକ ସୂରକ୍ଷା ଜୀବନ ରକ୍ଷା ସହ ଟ୍ରାଫିକ ନିୟମ ପାଳନ କରିବାକୁ ଶପଥ ନେଇଥିଲେ । ପୁଲିସ ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ତତ୍ତ୍ବାବଧାନରେ ପୁଲିସ ବାହିନୀ ଚାଳକ ଭାଇ ମାନଙ୍କ ସହର ପରିକ୍ରମା କରିବାରେ ସହଯୋଗ କରିଥିଲେ । ଏହି ପରିକ୍ରମାରେ ମାଁ’ ବରାଳିନୀ ଅଟୋ ମାଲିକ ସଂଘ ସଭାପତି ବାଳକୃଷ୍ଣ ମହାନ୍ତି,କୋଷାଧ୍ୟକ୍ଷ ସୁଜିତ କୁମାର ସାହୁ,ଉପଦେଷ୍ଠା ବିଜେନ୍ଦ୍ର ନାଥ ପ୍ରଧାନ,୪ ଚକିଆ ମୋଟର ଯାନ ଚାଳକ ସଂଘ ସଭାପତି କମଳକାନ୍ତ ସାହୁ,ସଂପାଦକ ଅଲନ ନାୟକ,ଉପଦେଷ୍ଠା ଭଗିଆ ନାୟକଙ୍କ ସମେତ ବହୁ ଚାଳକ ଓ ଅଟୋ ମାଲିକ ଯୋଗଦେଇଥିଲେ । 

 

 

Leave A Reply

Your email address will not be published.