ବଡ଼ବିଲରେ ‘ପ୍ଲାଷ୍ଟିକ ମୁକ୍ତ ସହର’ ଅଭିଯାନ : ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା 

0

ବଡ଼ବିଲ (ଶାସକ ପ୍ରଶାସକ) :ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆହ୍ୱାନ କ୍ରମେ ବଡ଼ବିଲ ମ୍ୟୁନିସିପାଲିଟି ସୌଜନ୍ୟରୁ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା। ପୂର୍ବାଂହ ୧୧ ଘଟିକାରେ ଏହି ଶୋଭାଯାତ୍ରା ବିକାଶ ମହଲଠାରୁ ଆରମ୍ଭ ହୋଇ ବଡ଼ବିଲ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୋୖରାଧିକାରୀ ଅଭିଷେକ ପଣ୍ଡା, ପୂର୍ବତନ ନଗରପାଳ ଦିଲୀପ ମିଶ୍ର, ଲାବଣ୍ୟବତୀ ସାହୁ, ରମେଶ ମହାନ୍ତ, ରାଜେନ୍ଦ୍ର ସିଂହ, ରାଜେନ୍ଦ୍ର ଦାସ, ପ୍ରତାପ ଦାସ, ପରଭେଜ ଅଖତାର, ବିଭିନ୍ନ ସାମାଜିକ ଏବଂ ମହିଳା ସଂଗଠନର କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave A Reply

Your email address will not be published.