ସ୍କୁଲରେ ଶିକ୍ଷକ ନାହାନ୍ତି, ହେଲେ ଡିଇଓ ଅଫିସରେ ମାଷ୍ଟ୍ରେ କରୁଛନ୍ତି କିରାଣୀ କାମ 

0

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଚଳିତ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ବ ଦେଉଛନ୍ତି । ଦାୟିତ୍ଵ ରେ ଥିବା ଅଧିକାରୀ ମାନଙ୍କ ଉଦାସୀନତା ଯୋଗୁଁ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ପରିଲକ୍ଷିତ ହୁଏ । 

   ସରକାରୀ ସ୍କୁଲ ରେ ପାଠ ପଢିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତିି ।ମାଗଣା ପୋଷାକ , ମଧ୍ୟାହ୍ନ ଭୋଜନ ଓ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି ।ତାଲିମ ପ୍ରାପ୍ତ ଶିକ୍ଷକ ଏବଂ ଶିକ୍ଷା ର ବ୍ୟବସ୍ଥା ଅଛି । ଭରପୁର ବିଜ୍ଞାନ ଉପକରଣ ସହ ବିଜ୍ଞାନ ଶିକ୍ଷକ ମଧ୍ୟ ଅଛନ୍ତି । ଏହା ସତ୍ତ୍ଵେ ଛାତ୍ର ଛାତ୍ରୀ ସରକାରୀ ସ୍କୁଲ ପରିବର୍ତ୍ତେ ଘୋରୋଇ ସ୍କୁଲ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି ।ଯଦ୍ୱାରା ସରକାରୀ ସ୍କୁଲ ରେ ତାଲା ପଡ଼ିବା ଆରମ୍ଭ ହେଲାଣି । 

   ବଲାଙ୍ଗୀର ଜିଲ୍ଲା ଶିକ୍ଷଧିକାରୀ ଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ହେବ ଚାରି ଜଣ ଶିକ୍ଷକ କିରାଣୀ କାମ କରୁଥିବା ବେଳେ ସ୍କୁଲରେ କମ୍ ସମୟ ଦେଇ ଅଧିକାଂଶ ସମୟ ଏହି କାର୍ଯ୍ୟାଳୟ ରେ ରହୁଥିବା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ରେ ଅବହେଳା ହେଉଥିବା ପରିଲକ୍ଷିତ ହୁଏ ।ଅଫିସ୍ କାମ ପାଇଁ କୁଆଡେ  ଏହି ଶିକ୍ଷକ ମାନଙ୍କୁ deputation   ଆଣିଛନ୍ତି । କିରାଣୀ ବଦଳରେ ଶିକ୍ଷକ ମାନଙ୍କୁ କିରାଣୀ ଭାବରେ କେଉଁ ଗାଇଡ ଲାଇନ ବଳରେ ରଖାଯାଇଛି ବୋଲି ଚର୍ଚ୍ଚା ହୁଏ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଜାଣିଶୁଣି ଉକ୍ତ ସ୍କୁଲ ମାନଙ୍କ ପ୍ରତି ଶିକ୍ଷା ବ୍ୟବସ୍ଥା ରେ ଅବହେଳା ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୁଏ ।

   ଖୁଜେନପାଲି ହାଇସ୍କୁଲ ର ଶିକ୍ଷକ ସଞ୍ଜୟ କୁମାର ତ୍ରିପାଠୀ ବ୍ଲକ୍ ଗ୍ରାଣ୍ଡ (ଏଡେଡ୍) ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସର୍ଭିସ୍ ସଂପର୍କିତ କାର୍ଯ୍ୟ କରୁଥିବା ବେଳେ , ଆମପାଲି ହାଇସ୍କୁଲ ର ଶିକ୍ଷକ ଅନିଲ କୁମାର ନନ୍ଦ , ଲୁହାଶିଂହା ହାଇସ୍କୁଲ ର ଅଶ୍ଵିନୀ କୁମାର ଷଡ଼ଙ୍ଗୀ ଏବଂ ଗଡ଼ ଶଙ୍କର ଡୁଙ୍ଗୁରିପାଲି ହାଇସ୍କୁଲ ର ଶିକ୍ଷକ ବିଶ୍ୱଜିତ୍ ପଧାନ , ସାଇନ୍ସ ସୂପରଭାଇଯାର୍ ଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ହେବ ଅସ୍ଥାୟୀ ବଦଳି ରେ ଆସି କିରାଣୀ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହୁଏ ।କିରାଣୀ କାମ ପାଇଁ ସ୍କୁଲ କିରାଣୀ କିମ୍ବା ଆଉଟ୍ ସୋର୍ଶିଂ ରୁ ଶିକ୍ଷିତ ଯୁବକ ଙ୍କୁ ସୁଯୋଗ ଦେଇପାରିବେ । ଶିକ୍ଷକ ଙ୍କ ଅଭାବ ଯୋଗୁ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ ରେ ଯାଇ ପାଠ ପଢ଼ୁଛନ୍ତି । ସରକାର ଙ୍କ ସମସ୍ତ ଶିକ୍ଷା ଯୋଜନା ଫେଲ୍ ମାରିଛି ।ସରକାର ଏଭଳି ଅଧିକାରୀ ଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଶିକ୍ଷା କ୍ଷେତ୍ରରେ ସୁଧାର ଆସିବ ବୋଲି ଚର୍ଚ୍ଚା ହୁଏ ।

Leave A Reply

Your email address will not be published.