କ୍ବାର୍ଟର ଛାଡ଼ିନଥିବା ପୂର୍ବତନ  ବିଧାୟକ/ବିଧାୟିକାଙ୍କ ସରକାରୀ ବାସଗୃହକୁ ହେବ ବିଦ୍ୟୁତ  ଓ ପାଣି ବନ୍ଦ

0

ସଂଯୋଗ ଯଥାଶୀଘ୍ର ବିଚ୍ଛିନ୍ନ କରିବାକୁ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ

ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ ବୈଠକ

ଭୁବନେଶ୍ୱର:  ବିଧାନସଭା ଗୃହ ଓ ଲବିର ପୁନରୁଦ୍ଧାର ସଂପର୍କିତ କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବିଧାନସଭାସ୍ଥ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା

ବୈଠକର ବିବରଣୀରୁ ପ୍ରକାଶ ଯେ ବିଧାନସଭା ଗୃହ ଓ ଲବିର ଭିତର ପାଶ୍ୱର୍ର ପୁନଃନିର୍ମାଣ କରାଯିବା ଏଥି ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବା ଏହିକମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧ# ସଦସ୍ୟ ରହିବେ ଓ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ସଭ୍ୟ-ଆବାହକ ଭାବେ କାର୍ଯ୍ୟ କରିବୋ ବିଧାନସଭା ଗୃହକୁ ସ୍ମାର୍ଟ କୋଠାରେ ପରିବର୍ତ୍ତିତ କରାଯିବା ସହ ସ୍ଥାୟୀ ଆଲୋକମାଳାରେ ସଜ୍ଜିତ କରାଯିବା ଏ ସଂପର୍କରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛିା ବିଧାନସଭା ପରିସରକୁ ଏନ୍ଆଇସି ସହାୟତାରେ ହାଇସ୍ପିଡ଼୍ ଇଣ୍ଟରନେଟ୍ ସଂଯୋଗ ସହ ଓ୍ୱାଇଫାଇ ସୁବିଧା ମଧ୍ୟ ଦିଆଯିବା ବିଧାୟକ/ବିଧାୟିକାମାନଙ୍କ ବାସଗୃହ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲାା ବିଧାନସଭା ପକ୍ଷରୁ ପୂର୍ବତନ ବିଧାୟକ/ବିଧାୟିକାଙ୍କ ବାସଗୃହ ଆବଣ୍ଟନ ରଦ୍ଦ କରାଯାଇ ଘର ଛାଡ଼ିବା ପାଇଁ ପତ୍ର ପ୍ରେରଣ କରାଯାଇଛିା ସେହି ଗୃହଗୁଡ଼ିକର ବିଦ୍ୟୁତ  ଓ ପାଣି ସଂଯୋଗ ଯଥାଶୀଘ୍ର ବିଚ୍ଛିନ୍ନ କରିବାକୁ ସଂପୃକ୍ତ ବିଭାଗୀୟ ପଦାଧିକାରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲୋ

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗର କମିଶନର ତଥା ଶାସନ ସଚିବ ଡ. କି୍ରଷନ କୁମାର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ. ନନ୍ଦ, ମୁଖ୍ୟ ସ୍ଥପତି ଶ୍ରୀ ବିଶ୍ୱରଞ୍ଜନ ନାୟକ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଶ୍ରୀ ଏସ୍. ଆର୍. ସେଠୀ, ଏନ୍.ଆଇ.ସିର ଉପମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ଅଧିକାରୀ ପ୍ରତିଭା ସିଂହ, ବିଡିଏର ଅତିରିକ୍ତ କମିଶନର ଶ୍ରୀ ଏଚ୍.ସି. ନାୟକଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.