ଅରୁଣ ଶୁଣିଲେ ୧୬୦ଟି ଅଭିଯୋଗ :ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ 

0

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ବିଧାୟକ ତଥା କୃଷି ମତ୍ସ୍ୟ  ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ  ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ୧୬୦ଟି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଗୁଡିକର ଖୁବ ଶିଘ୍ର ସମାଧାନ ଲରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ତଥା ଶିବିରରେ ଉପସ୍ଥିତ ଓଡଗାଁ ବିଡିଓ ସ୍ୱାତିଲେଖା ଦାସ ଏବଂ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲିକଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ମୁଖ୍ୟ ସମସ୍ୟା ମାନଙ୍କ ଭିତରେ ଗଉଡପୁଟ ପଂଚାୟତ ବନ୍ଧ ସାହିରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫରମର ସ୍ଥାପନ ଏବଂ ରବିଗାଡିଆ ପଂଚାୟତ କୁରୁମ ବାଙ୍କତରାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କାରାଯାଇ ଖେଳପଡିଆର ସର୍ମ୍ପସାରଣ ଓ ଉନ୍ନତିକରଣ ପାଇଁ ଗ୍ରାମବାସୀମାନେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ସହିତ ବାର୍ଦ୍ଧକ୍ୟ, ଭୀନ୍ନକ୍ଷମ, ବିଧବା ଏବଂ ସ୍ୱାମୀ ପରିତ୍ୟକ୍ତା ଭତା, ପ୍ରଧାନମନ୍ତ୍ରୀ (ଗ୍ରାମୀଣ) ଆବାସ ଯୋଜାନା, ବିଜୁ ପକାଘର, ରାସନକାର୍ଡ ଯୋଗାଣ ଏବଂ ବିଭିନ୍ନ ଗ୍ରାମମାନଙ୍କରେ କଂକ୍ରିଟରୋଡ ନିର୍ମାଣ ପାଇଁ ନୟାଗଡ ବିଧାନ ମଣ୍ଡଳ ଓଡଗାଁ ବ୍ଲକ ଅନ୍ତର୍ଗତ ୧୮ଟି ପଂଚୟତର ହିତାଧିକାରୀ ଓ ସାମୁହିକ ସମସ୍ୟାନେଇ ଆସିଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ।  

Leave A Reply

Your email address will not be published.