ନିଲମ୍ବିତ ହେଲେ ବିବାଦୀୟ ଛାତ୍ରନେତା ଇତିଶ

0

ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ 

ଭୁବନେଶ୍ୱର: ଦୁର୍ଦ୍ଦିନ ଭିତର ଦେଇ ଚାଲୁଥିବା କଂଗ୍ରେସ ପାର୍ଟିକୁ ବିବାଦୀୟ ବୟାନ ଦେଇ ତଥା ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରୋକ୍ଷ ଧମକ ଦେଇଥିବା ବିବାଦୀୟ ଛାତ୍ରନେତା ଇତିଶ ପ୍ରଧାନଙ୍କୁ ଦଳ ଗତକାଲି ନିଲମ୍ବିତ କରିଛି | ଦଳର ଛାତ୍ରଶାଖା ଏନଏସୟୁଆଇର ଜାତୀୟ ସାଧାରଣ ସମ୍ପାଦକ ମୋଥା ରୋହିତଙ୍କ ଦସ୍ତଖତରେ ଜାରି ନିଲମ୍ବନ ଆଦେଶରେ ଉଲ୍ଲେଖ ଅଛି ଯେ ଇତିଶ ଦଳର ସାଙ୍ଗଠନିକ ଶୃଂଖଳାକୁ ଉଲ୍ଲଙ୍ଘନ କରିଥିବା ଯୋଗୁ ଓଡିଶା ଏନଏସୟୁଆଇ ଆବାହକ ଥିବା ଇତିଶ ପ୍ରଧାନଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି | 

ସୂଚନାଯୋଗ୍ୟ ଯେ ଇତିଶ ନିରଞ୍ଜନ ପଟ୍ଟନାୟକଙ୍କୁ ପୁଣି ପିସିସି ସଭାପତି ନିଯୁକ୍ତ କରାଯିବା ପ୍ରତିବାଦରେ ଇତିଶ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ତାଙ୍କୁ ପିସିସି ଅଫିସରେ ପୁରାଇ ଦିଆଯିବ ନାହିଁ ବୋଲ ଚେତାବନୀ ଦେଇଥିଲେ |  କେବଳ ଏବେ ନୁହେ, ଯିଏ ସଭାପତି ହେଲେ ତାଙ୍କ ବିରୋଧରେ ଇତିଶ ବିଶୋଦ୍ଗାର କରିବାର ନଜିର ରହିଛି | ଏକଦା ଇତିଶ ନିରଞ୍ଜନଙ୍କ ଖାସ ଥିଲେ, ଆଉ ହଗଟ ବିଧାନସଭା ନିର୍ବାଚନରେ ଦଳୀୟ ଟିକେଟ ମଧ୍ୟ ଇତିଷଙ୍କୁ ମିଳିଥିଲା | ହେଲେ ୟା ଭିତରେ କଣ ପାନରୁ ଚୁନା ଖସିଲା କେଜାଣି, ନିରଞ୍ଜନଙ୍କ ବିରୋଧରେ ଵିଷାଦଗାର କରି ଆସୁଛନ୍ତି |  

 

Leave A Reply

Your email address will not be published.