NDRF ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

0

ବରଗଡ :- NDRF ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବଳ କଟକ ଶାଖା ଦ୍ୱାରା  ଗତ 2 ଦିନ ହେଲା ପଦ୍ମପୁର ଉପଖଣ୍ଡ ର ପାଇକମାଲ ଓ ପଦ୍ମପୁର ଠାରେ ସଭା କରି ଛାତ୍ର ଛାତ୍ରୀ , ଅଧିକାରୀ ଓ ଜନସାଧାରଣ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବାର ବିଭିନ୍ନ କୌଶଳ ବାବଦରେ ବୁଝାଇବା ସହିତ ଜନ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ କରାଯାଇଛି । ଗତ କାଲି NDRF ର ଏକ 4 ଜଣିଆ ଟିମ ପାଇକମାଲ ହାଇ ସ୍କୁଲ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ କରିଥିବା ବେଳେ ଆଜି ପଦ୍ମପୁର ରାଜଵୋଡ଼ାସମ୍ବର ସଭାଗୃହ ରେ ଏହି ସଚେତନତା କାର୍ଯକ୍ରମ କରାଯାଇଥିଲା । ଆଜି ପଦ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଭୟଭୀତ ନହେଇ ନିଜ ତଥା ନିଜର ପରିବାର ବର୍ଗ ତଥା ଅନ୍ୟ ମାନଙ୍କର ଧନ ଜୀବନ ରକ୍ଷା କରି ହେବ ସେ ବାବଦରେ ଆଲୋକପାତ କରିଥିଲେ । କିନ୍ତୁ NDRF ଟିମର ଟିମ ଲିଡର ଇନ୍ସପେକ୍ଟର ଅମର ନାଥ ସିଂ ଅତି ସହଜ ଭାବର ପ୍ରାକୃତିକ ବିପର୍ଯ୍ୟୟ ଓ ଏହାର ମୁକାବିଲା ବାବଦରେ ବୁଝାଇ ଥିଲେ । NDRF ର ସବ ଇନ୍ସପେକ୍ଟର ଶ୍ରୀ ବିବେକ କୁମାର ଯାଦବ ମଧ୍ୟ ଏହି ବିଷୟରେ ସମସ୍ତ ଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରସ୍ପର ଭିତରେ ତାଳମେଳ ରଖି ପରସ୍ପର କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ପାଇକମାଲ ଠାରେ ହେଇଥିବା କାର୍ଯ୍ୟକ୍ରମ ରେ ବ୍ଲକ ର GPO ଶ୍ରୀ ଭୀଷ୍ମଦେଵ ମାଝୀ ଓ FEO ଶ୍ରୀ ରମେଶ ଚନ୍ଦ୍ର ସେଠି , ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଚାରୁ ଚରଣ ମହାନ୍ତି ଓ 300ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିବା ବେଳେ ପଦ୍ମପୁର ଠାରେ ଆୟୋଜିତ ସଭାରେ , ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ BDO ସୋନୁ ବାଗ , RBS ର ପ୍ରଧାନ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ଭୁଏ , ଅଗ୍ନିଶମ ସେବା ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ନାୟକ , ପ୍ରମୂଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏହି ସଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଏହାର ଅଭିମୁକ୍ଷ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.