୧୯ରୁ  ଶ୍ରୀ ଶ୍ରୀ  ରବିଶଙ୍କରଙ୍କର ୪ଦିନିଆ  ଓଡିଶା ଗସ୍ତ  

0

ବାରିପଦା/ ଭୁବନେଶ୍ୱର : ବିଶ୍ୱବିଖ୍ୟାତ ମାନଵବାଦୀ,ଆଧ୍ୟାତ୍ମିକ ଗୁରୁ ଏବଂ ଆର୍ଟ ଅଫ ଲିଭିଂ ସଂସ୍ଥା ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ତା ୧୯ ରୁ ୨୩ ସେପ୍ଟେମ୍ବର ୨୦୧୯ରିଖ ପର୍ଯ୍ୟନ୍ତ ଚାରି ଦିନିଆ   ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଅବସର ରେ ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଆସନ୍ତା ତା ୨୧  ସେପ୍ଟେମ୍ବର ୨୦୧୯  ରିଖ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ପ୍ରଙ୍ଗଣରେ ଶ୍ରୀ ଶ୍ରୀ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବେ। ଏହି ଅବସର ରେ  ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ |ଏହି ଅବସରରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି |

ଏହି ଅବସରେ ତା ୨୧  ସେପ୍ଟେମ୍ବର ୨୦୧୯  ରିଖ ରେ ଏକ ଏକୀକୃତ ସ୍ୱାସ୍ଥ୍ୟ ସମ୍ମିଳନୀ ର ଆୟୋଜନ କରଯାଇଛି |ଏଥିରେ  ବିଭିନ୍ନ ସ୍ୱାସ୍ଥ୍ୟ ବିଜ୍ଞାନ ଯଥା  ଆୟୁର୍ବେଦ,ଭେଷଜ ବିଜ୍ଞାନ ,ନେଚୁରପାଥି ,ଯୋଗ ,ଅଷ୍ଟେଓପାଥିର  ବିଭିନ୍ନ ପ୍ରୟୋଗ ବିଷୟରେ ଚର୍ଚା କରାଯିବ |

ଏହିଗସ୍ତରେ ଶ୍ରୀ ଶ୍ରୀ ୪ ଦିନିଆ ସର୍ବଭାରତୀୟ ଅଗ୍ରଣୀ ଧ୍ୟାନ ଶିବିର କୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରୁ  ସଂଚାଳନ କରିବେ | ଏହି ଶିବିରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ୧୦୦୦ ପ୍ରତିଭାଗୀ  ଯୋଗଦେବେ  ଓ ସର୍ବଭାରତୀୟ ସ୍ତରରେ  ହାରାହାରି ୧୦୦୦୦ ପ୍ରତିଭାଗୀ ୱେବ କାଷ୍ଟ ଦ୍ୱାରା  ୧୪୦ ଟି ସ୍ଥାନରୁ ଭାଗ ନେବେ | 

ଏକ ବିଶେଷ ସମାବର୍ତ୍ତନ ଉତ୍ସବରେ ଶ୍ରୀ ହେର୍ମାନ ଡିକୃ , ବେଲଜେନ ସଂସଦ ର ପୂର୍ବତନ ସଦସ୍ୟ ଙ୍କୁ ତାଙ୍କ ରାଜନୀତି ,ଆଇନ ଓ  ସମାଜ ସେବା ରେ ବିଶେଷ ଅବଦାନ ପାଇଁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କାରାଯିବ।

ଏତଦ୍ ବ୍ୟତୀତ ପ୍ରତେକ ଦିନ ସନ୍ଧ୍ୟା ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ରେ ସତସଙ୍ଗ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।ଏହି ସତସଙ୍ଗ ରେ ପାରମ୍ପରିକ ପରିବେଶ ରେ ବିଭିନ୍ନ ଜ୍ଞାନ ଚର୍ଚା ଓ  ଭକ୍ତି ସଂଗୀତ ପରିବେଷଣ କରାଯିବ। ଏହି ଉତ୍ସବ ସବୁ ଜଣ ସାଧାରଣ ମାନଙ୍କୁ  ସାଦାର  ନିମନ୍ତ୍ରଣ  କରାଯାଉଛି |

Leave A Reply

Your email address will not be published.