ମିଳିଲାନି ମହାପ୍ରୟାଣ ଗାଡି, ଖଟିଆରେ ବୁହାହେଲା ମୃତଦେହ

0

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପୁଣି ଶବକୁ ଅଣ ଦେଖା ।  ଖଟିଆରେ ବୁହା ହେଲା ଶବ । ଚିକିତ୍ସାଧିନ  ଅବସ୍ଥାରେ ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ପରେ ମିଳିଲାନି ମହାପ୍ରୟାଣ ଗାଡି । ମୃତଦେହକୁ ପ୍ରାୟ ୨ରୁ ଅଧିକ କିଲୋମିଟର ଖଟିଆରେ ବୁହାହେଲା ପରିବାର ଲୋକଙ୍କ ପକ୍ଷରୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ।         

http://www.youtube.com/watch?v=B0NO873KgSs      

       ରାୟଗଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର କାର୍ତ୍ତିକ ଶବରଙ୍କର ରାୟଗଡ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ଲୋକେ ମୃତଦେହକୁ ଘରକୁ ନେବାପାଇଁ ମହାପ୍ରୟାଣ ଗାଡିକୁ ଫୋନ କରି ଖୋଜିଥିଲେ ମଧ୍ୟ ମିଳିନଥିଲା। ବହୁ ସମୟ ଅପେକ୍ଷା କରିବା ପାରେ ମଧ୍ୟ ଉକ୍ତ ଗାଡି ମିଳିବା ସମ୍ଭବ ହୋଇ ନ ଥିଲା ।ଅନ୍ୟ ପକ୍ଷରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ କୈାଣସି  ଭଡା ଗାଡିର ବ୍ୟବସ୍ଥା ମଧ୍ୟ କରି ନ ପାରି ଶେଷରେ ବାଧ୍ୟ ହୋଇ ମୃତ ଦେହକୁ ଏକ ଖଟିଆରେ  କାନ୍ଧରେ ବୋହି  ନିଜ ଗ୍ରାମ ଲକ୍ଷ୍ମୀପୁରକୁ ପ୍ରାୟ ୨ରୁ ଅଧିକ  କିଲୋମିଟର ଦୂରତା ପର୍ଯ୍ୟନ୍ତ  ଚାଲି ଚାଲି ନେଇଥିଲେ ।

Leave A Reply

Your email address will not be published.