ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ :ସାବାଡ କରିବାକୁ ପଣକରିଛି ରାୟଗଡ ପୋଲିସ 

0

ବୁଧବାର ସନ୍ଧ୍ୟାରେ ଯାଞ୍ଚ କରିଥିବା ୧୧୨ ଜଣଙ୍କ ମଧ୍ୟରୁ ୪ ମଦୁଆ 

ରାୟଗଡ : ବୁଧବାର  ରାତିରେ ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ  କ୍ରମେ ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମଦୁଆ ଗାଡି ଚାଳକଙ୍କୁ ଧରିବା ନିମନ୍ତେ ପୋଲିସ ଜାତୀୟ ରାଜ ପଥର ବିଭିନ୍ନ ସ୍ଥାନରେ ରହି ଗାଡି ଯାଂଚ କରିଥିଲା । ଏଥିରେ ଦୁଇ ଚକିଆ ଓ ଚାରି ଚକିଆ ଗାଡିକୁ ଯାଂଚ କରାଯାଇଥିଲା । ପୋଲିସ ଏହି ଯାଂଚ ସମୟରେ ୧୧୨ ଜଣ ଚାଳକଙ୍କୁ ବ୍ରେଥ  ଆନାଲାଇଜ଼ରରେ ଯାଞ୍ଚ କରି ସେଥିମଧ୍ୟରୁ ୪ ଜଣ ଚାଲକ ମଦ ପିଇଥିବା ଜଣା ପଡିଥିଲା । ପୋଲିସ ସେହି ୪ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସଡକ ଦୁର୍ଘଟଣା ରୋକିବା ନିମନ୍ତେ କେନ୍ଦ୍ର ସରକାର ସାରା ଦେଶରେ ଟ୍ରାଫିକ ବ୍ୟବସ୍ଥାର ପରିବର୍ତନ କରି କଡାକଡି ଭାବେ ପାଳନ କରିବାକୁ ୨୦୧୯ ସେପ୍ଟେମ୍ବର ୧ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପୂର୍ବରୁ ଥିବା ଜୋରିମାନାର ଦୁଇଗୁଣା ଅଧିକ ଜୋରିମାନା ଆଦାୟ କରିବା ପାଇଁ ନୂତନ ମୋଟର ଯାନ ଆକ୍ଟର ସଂଶୋଧନ କରି ପ୍ରତ୍ୟେକ ରାଜ୍ୟରେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜୋରିମାନାକୁ ନେଇ ରାଜ୍ୟର ଜନସାଧାରଣରେ ଏକ ପ୍ରକାର ବିଦ୍ରୋହ ଦେଖା ଦେଇଥିଲା ଏବଂ ଏହାକୁ ବିରୋଧକରି ବିଭିନ୍ନ ସ୍ଥାନରେ ଉତେଜନା ମାନ ପ୍ରକାଶ ପାଇଥିଲା । ଲୋକେ ଯାଂଚ କରୁଥିବା ଅଧିକାରୀଙ୍କ ସହ ଗଣ୍ଡୋଗୋଳ କରିବାକୁ ମଧ୍ୟ ପଛାଇନଥିଲେ । ଏଥି ଯୋଗୁଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସନ୍ତା ୩ ମାସ ପାଇଁ ଏହି ଯାଂଚ ପ୍ରକ୍ରିୟାକୁ କୋହୋଳ କରିବାକୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ସମସ୍ତ ଗାଡି ଚାଳକ ମାନେ ୩ ମାସ ମଧ୍ୟରେ ନିଜ ନିଜର ଗାଡି ସମ୍ବନ୍ଧୀତ ସମସ୍ତ କାଗଜପତ୍ର ଗୁଡିକୁ ସଠିକ କରିବା ସହ ୫ ଗୋଟି ନିୟମକୁ ପାଳନ କରିବାକୁ  ନିର୍ଦ୍ଦେଶ ଦେଇଥିଲେ । ସେହି ୫ ଗୋଟି ନିୟମ ମଧ୍ୟରେ ହେଲା ୧) ଦୁଇ ଚକିଆ ଚାଳକ ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବେ, (୨) ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର କରିବେ ନାହିଁ, (୩) ମଦ୍ୟପାନ କରି ଗାଡି ଚଲାଇବେ ନାହିଁ, (୪) ଦୁଇ ଚକିଆ ଗାଡିରେ ଦୁଇରୁ ଅଧିକ ଲୋକ ବସାଇ ଗାଡି ଚଲାଇବେ ନାହିଁ ଓ (୫) ଚାରି ଚକିଆ ଗାଡି ଚଲାଇବା ସମୟରେ ସିଟ ବେଲଟ୍ ବାନ୍ଧି ଗାଡି ଚଲାଇବେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି ।

 ଏହି ପରିପ୍ରେକ୍ଷୀରେ ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶରେ ରାୟଗଡା ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ବୁଧବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ରହି ଗାଡି ଯାଂଚ କରିବା ସହ ସୁରକ୍ଷିତ ଭାବେ ଗାଡି ଚଲାଇବା, ଟ୍ରାଫିକ ନିୟମ ମାନି ଗାଡି ଚଲାଇବା ପାଇଁ ସଚେତନ କରିଥିଲେ । ଏହି ଟିମରେ ରାୟଗଡ ଥାନାର ସବ-ଇନିସପେକ୍ଟର ରିଗାନ କିଣ୍ଡୋ, ଟ୍ରାଫିକ ଅଧିକାରୀ ଏ.ଏସ.ଆଇ ପି. ରାବଣାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଯାଂଚ ପ୍ରକ୍ରିୟାକୁ ଆଗାମୀ ଦିନ ମାନଙ୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯିବା ନେଇ ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରୁ ପ୍ରକାଶ ।    

Leave A Reply

Your email address will not be published.