ଗ୍ରାମ୍ୟ ଜଙ୍ଗଲକୁ କାଟି ଘର ତିଆରି କରି ଦେଉଥିବା ଅଭିଯୋଗ :ବାନ୍ଧନତୈଲା ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

0

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାନ୍ଧନତୈଲା ଗ୍ରାମ୍ୟ ଜଙ୍ଗଲକୁ ସେହି ଗାଁ କେତେକ ବ୍ୟକ୍ତି କାଟି ଘର କରି ଦେଉଥିବା ଏବଂ ତିଆରି କରାଯାଉଥିବା ଘରକୁ ବନ୍ଦ କରିବା ଦାବିରେ ବୁଧବାର ଗ୍ରାମ ବାସୀ ମାନେ ରେଢାଖୋଲ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ , ଗ୍ରାମ ବାନ୍ଧନତୈଲା ମୌଜାର ଖାତା ନଂ-୫୩,ପ୍ଲଟ-୯୩୯, ଏରିଆ-୧୧ ଏକର କିସମ ଗ୍ରାମ୍ୟ ଜଙ୍ଗଲ ରହିଛି I ହେଲେ ଏହି ଜଙ୍ଗଲଟିକୁ ଗ୍ରାମବାସୀ ସୁରକ୍ଷିତ କର ଦିର୍ଘ ଦିନ ରଖିଆସିଛନ୍ତି I ମାତ୍ର ସେହି ଗ୍ରାମର ଶଙ୍କର ବିଶ୍ୱାଳ,ସଞ୍ଜିତ ବିଶ୍ୱାଳ ,ମାଗୁଣ ବିଶ୍ୱାଳ , ମଙ୍ଗୁଳୁ ବିଶ୍ୱାଳ ,ସନ୍ତୋଷ ବିଶ୍ୱାଳ, ଉଦିଆ ବିଶ୍ୱାଳ, ଏବଂ ନରେନ୍ଦ୍ର ଷଣ୍ଢ ଆଦି ୬ ଜଣ ବ୍ୟକ୍ତି ଗ୍ରାମବାସୀ ଙ୍କ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲକୁ କାଟି ନିଜ ଅଧିନକୁ ନେଇ ସେଥିରେ ଘର ତିଆରି କରିଛନ୍ତି I ଉକ୍ତ ଜାଗାରେ ଉପରକ୍ତ ବ୍ୟକ୍ତି ଙ୍କ ଘର ତିଆରି କୁ ନେଇ ଗ୍ରାମବାସୀ ସେମାନଙ୍କୁ ପ୍ରତିବାଦ କରୁଥିଲେ ମଧ୍ୟ ସେମାନେ କାହାରୀ କଥା ଶୁଣୁ ନାହାନ୍ତି I ଏପରିକି ସେମାନେ ଗ୍ରାମ ବାସୀ ଙ୍କୁ ଧମକ ଚମକ ଦେଉଛନ୍ତି I 

ଏ ସଂକ୍ରାନ୍ତରେ ପୂର୍ବରୁ ଗ୍ରାମବାସୀ ମାନେ ରେଢାଖୋଲ ଡିଏଫଓ ଏବଂ ତହସିଲଦାର ଙ୍କୁ ଜଣାଇଥିଲେ ମଧ୍ୟ ଏହି ଅଧିକାରୀ ମାନେ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଅଛି I ଫଳରେ ଗ୍ରାମର ଉପରୋକ୍ତ ୭ ଜଣ ବ୍ୟକ୍ତି ନିର୍ଭୟରେ ଘର ତିଆରି କରି ଚାଲିଛନ୍ତି I ଫଳରେ ଜଙ୍ଗଲ ଜମି ନଷ୍ଠ ହେବା ସହିତ ଗ୍ରାମବାସୀ ଙ୍କ ମଧ୍ୟରେ ଅଶାନ୍ତି ରେ ପରିବେଶ ସ୍ରୁଷ୍ଟି ହେବା ସହିତ ଅସନ୍ତୋଷ ବଢିବାରେ ଲାଗିଛି I 

ଏଣୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନର ୭ ଦିନ ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ କାଟିଘର ତିଆରି କରୁଥିବା ୭ ଜଣ ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଘର ତିଆରିରୁ ନିବୁତ କରାନଗଲେ ବାନ୍ଧନତୈଲା  ଗ୍ରମବାସୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେବାକୁ ବାଧ୍ୟ ହେବୁ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି I  ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ପରିପ୍ରେକ୍ଷିରେ ଗ୍ରାମବାସୀ ଙ୍କ ପକ୍ଷରୁ ଲାଲା ଧଳ, ମନୋରଞ୍ଜନ ଧଳ, ରମାକାନ୍ତ ଗଡନାୟକ, ପରମେ ପ୍ରଧନ ପ୍ରମୁଖ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ 

Leave A Reply

Your email address will not be published.