,ଭାରି ଦୟାଵନ୍ତ ପ୍ରଶାସନ, ପଲିଥିନ ଖଣ୍ଡେ ଦେଇ ସାରିଦେଇଛନ୍ତି କାମ !

0

ଲଗାଣ ବର୍ଷାରେ ଚାଳ ଛପର ଘର ଭାଙ୍ଗି ସମ୍ପତ୍ତି ନଷ୍ଟ 

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ଗ୍ରାପ ରାଣୀଡୁଙ୍ଗୁରି ଗାଁ ରେ ବାସ କରୁଥିବା ଜଗୁ ଗହୀର (65) ତାଙ୍କ ଚାଲଛପର ଘର ଲଗାଣ ବର୍ଷା ରେ ସମ୍ପୂର୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି !ଜଗୁ ଗହୀର ସାଙ୍ଗେ ସାକ୍ଷ୍ୟାତ କଲା ପରେ ଜଣା ପଡିଲା ଯେ ରାତ୍ର 3ଟା ରେ କଟକଟ ଶବ୍ଦ ଶୁଣି ସେ ସପରିବାର କୁ ନେଇ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ ! କିଛି ସମୟ ପରେ ତାଙ୍କ ଘର ଭାଙ୍ଗି ପଡିଥିଲା ! ଜଗୁ ଗହୀର ତାଙ୍କ ପରିବାରକୁ ବଞ୍ଚାଇ ପାରିଲେ, ହେଲେ ତାଙ୍କ ତାଙ୍କର ସବୁ ଆସବାପତ୍ରକୁ ସବୁ ନଷ୍ଟ ହେଇଗଲା !ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁ ଦୀର୍ଘ ପାଞ୍ଚ ବର୍ଷ ଧରି ସେ ଆବେଦନ କରିବା ସତ୍ୱେ ତାଙ୍କ ନାମରେ କୌଣସି ଯୋଜନା ରେ ଅନ୍ତଭୁକ୍ତ ହୋଇପରି ନାହିଁ ! ଏନେଇ ବିଡ଼ିଓ ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ଜଣାପଡିଲା ଯେ ଏ.ସି.ସି ଲିଷ୍ଟ ତଦନ୍ତ କରି ଘର ଯୋଗାଇବାପାଇଁ ପ୍ରତିଶୃତି ଦେଇଛନ୍ତି ! ସ୍ଥାନୀୟ ତହସିଲଦାର ମହୋଦୟ ଜବ ଗହୀରଙ୍କୁ ପଲିଥିନ ଖଣ୍ଡିଏ ଦେଇ ତାଙ୍କ କାମ ସାରିଛନ୍ତି ! ଏବେ ଦେଖିବାକୁ ରହିଲା ଯେ ଜବ ଗହୀରକୁ ପ୍ରଶାସନଙ୍କ ଦୃଷ୍ଟି କେବେ ପଡୁଛି !

Leave A Reply

Your email address will not be published.