ବଡ଼ବିଲରେ  ରୁଙ୍ଗଟା ସନସ ନିର୍ମାଣ କରିବ ୫୦ ଫୁଟ ଉଚ୍ଚର କ୍ଲକ ଟାୱାର 

0

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲରେ ଏକ କ୍ଲକ ଟାୱାରର ଶିଳାନ୍ୟାସ କରିଛନ୍ତି ଚମ୍ପୁଆ ଉପଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟୱାରୀ। ଏହି ଟାୱାରଟି ପିଡବ୍ଲୁଡି ଡାକ ବଙ୍ଗଳା ପରିସର ମଧ୍ୟରେ ହେବ। ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଟାୱାର ୪ ମହଲା ବିଶିଷ୍ଟ ହେବ ବୋଲି ଜଣାପଡିଛି। ରୁଙ୍ଗଟା ସନସ ପ୍ରାଇଭେଟ ଲିମିଟେଡ଼   ସିଏସଆର ପାଣ୍ଠି ମାଧ୍ୟମରେ ଏହାର ନିର୍ମାଣ କରିବ। ଏହି ଟାୱାର ନିର୍ମାଣ ନିମନ୍ତେ ବ୍ୟୟ ଅଟକଳ ୭୫ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜଣା ପଡ଼ିଛି। ତେବେ ଶିଳାନ୍ୟାସ ସମୟରେ ସ୍ଥାନୀୟ କେତେକ ବୁଦ୍ଧିଜୀବୀ ସ୍ଥାନ ନିରୂପଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପି ଡବ୍ଲୁ ଡି ଡାକବଙ୍ଗଳା ସମ୍ମୁଖରେ ଥିବା ମ୍ୟୁନିସିପାଲିଟିର ମୂଲ୍ୟବାନ ଜମିରେ ଅବୈଧ ଭାବେ ଦୋକାନ ଗୃହ ନିର୍ମାଣ କରାଯାଇଛି, ସେହି ଜାଗାରୁ ଜବର ଦଖଲ ଉଛେଦ କରି କ୍ଲକ ଟାୱାର ନିର୍ମାଣ କରିବାକୁ ଉପସ୍ଥିତ କିଛି ବୁଦ୍ଧିଜୀବୀ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଶିଳାନ୍ୟାସ ଉତ୍ସବରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା,  ରୁଙ୍ଗଟା ସନ୍ସର ନିର୍ଦେଶକ ମହେଶ ଦତ୍ତ ରସ୍ତୋଗୀ ପ୍ରମୁଖ ଉପସ୍ଥିତ ଥିଲେ |

 

Leave A Reply

Your email address will not be published.