ଚିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗବେଷଣା ନିମନ୍ତେ ୫ ଜଣଙ୍କୁ ଆର୍ଥିକ ସହାୟତା

0

ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ 

ଭୁବନେଶ୍ୱର, : ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଉଚ୍ଚତର ଗବେଷଣା ପାଇଁ ୫ ଜଣ ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତିା

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଧିକତର ଗବେଷଣା ନିମନ୍ତେ ଉପରୋକ୍ତ ସହାୟତା ୩ ବର୍ଷ ପାଇଁ ପ୍ରଦାନ କରାଯିବା ବିଭାଗ ପକ୍ଷରୁ ବାୟୋଟେକ୍ନୋଲୋଜିରେ ଗବେଷଣା ଓ ବିକାଶକୁ ଦୃଷ୍ଟିରେ ରଖି  ଏକ ଉପସମିତିର ସୁପାରିଶ କ୍ରମେ ୫ ଜଣ ଗବେଷକ ଏହି ସହାୟତା ପାଇବା ପାଇଁ ମନୋନୀତ ହୋଇଛନ୍ତିା ସେମାନେ ହେଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟ (ବାଲେଶ୍ୱର)ର ପରିବେଶ ବିଜ୍ଞାନ ସ୍ନାତକୋତ୍ତର ବିଭାଗର ଡ. ପ୍ରକାଶ ଚନ୍ଦ୍ର ମିଶ୍ର, ରାଉରକେଲା ସ୍ଥିତ ଏନ୍ଆଇଟିର ଜୀବବିଜ୍ଞାନ ବିଭାଗୀୟ ସହକାରୀ ପ୍ରଫେସର ଡ. ସୁମନ ଝା, ନିଖୀଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଭୁବନେଶ୍ୱର)ର ସ୍ନାୟୁ ବିଭାଗ ଆସୋସିଏଟ୍ ପ୍ରଫେସର ଡ. ସଂଜୀବ କୁମାର ଭୋଇ ଏବଂ ଆସୋସିଏଟ୍ ପ୍ରଫେସର ଡ. ସୁଚିତ୍ରା କୁମାରୀ, ଭୁବନେଶ୍ୱରସ୍ଥିତ ଇନସ୍ଟିୟୁଟ୍ ଅଫ୍ ମିନେରାଲ୍ସ ଏବଂ ମାଟେରିୟାଲ ଟେକ୍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ସୋନୀ ପାଣ୍ଡେ |  ପ୍ରତି ଗବେଷକଙ୍କୁ ୩ ବର୍ଷ ନିମନ୍ତେ ସରକାରଙ୍କ ପକ୍ଷରୁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଥିବାବେଳେ ଉପରୋକ୍ତ ୫ ଜଣ ଗବେଷକଙ୍କୁ ସହାୟତା ବାବଦରେ ୪୯.୪୮ ଲକ୍ଷ ଟଙ୍କା ପ୍ରଦାନ ପ୍ରସ୍ତାବ ଅନୁମୋଦିତ ହୋଇଛିା 

 

Leave A Reply

Your email address will not be published.